ଓଡିଶା

୬ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ 

(ଭୁବନେଶ୍ୱର) : ସାରା ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ମିଳିବ ନାହିଁ ତାତିରୁ ଆଶ୍ୱସ୍ତି । ପାଣିପାଗ ବିଭାଗ ପକ୍ଷରୁ ହିଟୱେଭ୍ ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଲାଙ୍ଗିର, କେନ୍ଦୁଝର, ବୌଦ୍ଧ, ମାଲକାନଗିରି, ନୟାଗଡ଼, ଅନୁଗୁଳ ଜିଲ୍ଲାରେ ହିଟୱେଭ୍ ଅର୍ଥାତ୍ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

ସୂଚନାନୁଯାୟୀ , ସେହିପରି ବଲାଙ୍ଗିରି, କନ୍ଧମାଳ, ବୌଦ୍ଧ, ଭଦ୍ରକ ଜିଲ୍ଲାରେ ପ୍ରବଳ ଗୁଳୁଗୁଳି ଲାଗି ରହିବା ଯେଉଁଥି ପାଇଁ ଏହି ସମସ୍ତ ଜିଲ୍ଲାକୁ ମଧ୍ୟ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗରମ ହେବ । ଯେଉଁଥି ପାଇଁ ଛୋଟ ପିଲା, ରୋଗୀ, ବୟସ୍କ ଏବଂ ଗର୍ଭବତୀଙ୍କୁ ଖରାରେ ବାହାରକୁ ନ ବାହାରିବା ପାଇଁ ସୂଚନା ଜାରି କରାଯାଇଛି । ସେହିପରି ଆସନ୍ତା ରବିବାର ରାଜ୍ୟର କିଛି କିଛି ଜିଲ୍ଲାରେ ବର୍ଷା ସହ କାଳବୈଶାଳୀ ହେବାର ଆଶଙ୍କା ରହିଛି ।

Related posts

ଭାରତୀୟ ମଜଦୁର ସଂଘ କାର୍ଯ୍ୟାଳୟରେ ଶ୍ରମିକଙ୍କ ମିଶ୍ରଣ ପର୍ବ ଅନୁଷ୍ଠିତ

mahabharatanews

ପାଣ୍ଡିଆନଙ୍କ ହେଲିକେପ୍ଟର୍ ଗସ୍ତ ଖର୍ଚ୍ଚର ତଦନ୍ତ ହେବ : ଆଇନ ମନ୍ତ୍ରୀ

mahabharatanews

ଫ୍ରିଜରେ ଅଣ୍ଡା ରଖିବା ଭଲ ନା ଖରାପ

mahabharatanews