ଭୁବନେଶ୍ୱର: ତାତିରେ ଛଟପଟ ହୋଉଛି ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଆଉଟୁପାଉଟୁ ଜନଜୀବନ । ସକାଳରୁ ସନ୍ଧା ପର୍ଯ୍ୟନ୍ତ ତାତିରୁ ମିଳୁନି ନିସ୍ତାର । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ବାହାରକୁ ବାହାରିବା ଅସମ୍ଭ ହୋଇପଡିଲାଣି । ଅଧିକାଂଶ ସ୍ତାନରେ ୪୦ଡିଗ୍ରୀରୁ ଉପରେ ରହିଛି ତାପମାତ୍ରା । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାତିରୁ ନାହିଁ ନିସ୍ତାର । ଆସନ୍ତା କାଲି ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡିଶାର ୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂ ଦିଆଯାଇଛି। ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଉପକୂଳ ଓଡିଶାରେ ତାପମାତ୍ରା ସହ ଉଚ୍ଚ ଆର୍ଦ୍ରତା ଯୋଗୁଁ ପ୍ରବଳ ଗୁଳୁଗୁଳି ହେଉଛି । ୨୧ତାରିଖ ପରେ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ୨୨ରୁ କାଳବୈଶାଖୀ ବର୍ଷା ର ସମ୍ଭାବନା ରହିଛି । ଗତକାଲି ୪୪.୨ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଥିଲା ଝାରସୁଗୁଡ଼ା ଓ ବାରିପଦା ରହିଥିବା ବେଳେ ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସେହିପରି ୧୭ ଟି ସହର ପାରଦ ୪୨ ଡିଗ୍ରୀ ରହିଥିବା ବେଳେ ୪୩ ଡିଗ୍ରୀ ଉପରେ ରହିଛି ୧୦ ସହରର ତାପମାତ୍ରା ।