ଓଡିଶା

ବିପୁଳ ଦେଶୀ ମହୁଲ ମଦ ସହ ଦୁଇ ବାଇକ ଜବତ

ଗୋଲାପ ସାହୁ/କଳାହାଣ୍ଡି: ଲକଡାଉନ ବେଳେ ମଦ ଦୋକାନ ବନ୍ଦ ଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ବେଆଇନ ଭାବେ ବହୁଳ ମାତ୍ରାରେ ମଦ ବିକ୍ରି ଚାଲିଛି। ଆଜି ଜୟପାଟଣା ଅବକାରୀ ସବ ଇନ୍ସପେକ୍ଟର ସୁରେନ୍ଦ୍ର ମୁଣ୍ଡାଙ୍କ ନେତୃତ୍ୱରେ ଧର୍ମଗଡ଼, ଭବାନୀପାଟଣା ଓ ଜୟପାଟଣା ଅବକାରୀ ବିଭାଗ ପକ୍ଷରୁ ଚାରିଟି ସ୍କ୍ୱାର୍ଡ ଗଠନ କରି ବଡ଼କାର୍ଲ୍ଲାକୋଟ ଗ୍ରାମପଞ୍ଚାୟତ ତୁମରିଖୋଲ ଅଞ୍ଚଳରେ ଚଡାଉ କରାଯାଇଥିଲା।ଚଢାଉରେ ପ୍ରାୟ ୧୫୦ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ବହୁ ମାତ୍ରାରେ ମହୁଲ ପୋଚ ନଷ୍ଟ କରାଯାଇଥିବା ଶ୍ରୀ ମୁଣ୍ଡା ପ୍ରକାଶ କରିଛନ୍ତି। ଚଢାଉ ବେଳେ ମଦ ତିଆରି କରୁଥିବା କେତେ ବ୍ୟକ୍ତି ଦୌଡ଼ି ପଳେଇ ଥିବା ବେଳେ ସେମାନଙ୍କର ଦୁଇ ବାଇକକୁ ଜବତ କରାଯାଇଥିବା ଜଣାପଡିଛି।

Related posts

‘କୋଣାର୍କ ଓଡ଼ିଶା ପରିବାର’ର ବନ୍ଧୁମିଳନ କାର୍ଯ୍ୟକ୍ରମ

mahabharatanews

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

mahabharatanews

କାଳବୈଶାଖୀ : ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews