ଓଡିଶା

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

(ଭୁବନେଶ୍ୱର) :  ଘନୀଭୂତ ହେଉଛି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ । ଗତ ୬ଘଣ୍ଟାରେ ୧୩କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି । ଏହା ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ୧୭ତାରିଖରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାନୁଯାୟୀ , ଦକ୍ଷିଣପୂର୍ବ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଆଜି ୨୦ରୁ ଅଧିକ ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି । ପବନର ବେଗ ଘଣ୍ଟା ପ୍ରତି ୫୦-୭୦ କିଲୋମିଟର ରହିବ । ସେଥିପାଇଁ ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଫଳରେ ୧୭ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ କୁହାଯାଇଛି । ଲଘୁଚାପ ପ୍ରଭାବରେ ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ପୁରୀ, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଖୋର୍ଦ୍ଧା, ଭଦ୍ରକ, ଯାଜପୁର, ବାଲେଶ୍ୱର, ଗଜପତି, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା ଜିଲ୍ଲାରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

Related posts

ଓଡ଼ିଶାରେ ପହଁଚିଲେ WHO ଟିମ

mahabharatanews

ବାଙ୍କିପାଲିରେ ବିଶ୍ବଶାନ୍ତି ଯଜ୍ଞ

mahabharatanews

ଆଉ ୧୩୫ କରୋନା ଆକ୍ରାନ୍ତ ସୁସ୍ଥ

mahabharatanews