ଭାରତ

ହିମାଚଳରେ ପ୍ରବଳ ବର୍ଷା : ଜାରି ହେଲା ହେଲ୍ପ ଲାଇନ ନମ୍ବର  

(ହିମାଚଳ) : ଲଗାତାର ଗତ ଦୁଇ ଦିନ ହେବ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ଲାଗି ରହିଛି ଏବଂ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା କାରଣରୁ ଆସନ୍ତା ୨୪ଘଣ୍ଟା ଘର ଭିତରେ ରହିବାକୁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଲୋକଙ୍କୁ ନିବେଦନ କରିଛନ୍ତି।

ସୂଚନାନୁଯାୟୀ , ହିମାଚଳ ସିଏମଓ ଟ୍ୱିଟ କରି କହିଛନ୍ତି ଯେ, ବିପର୍ଯ୍ୟୟର ଏହି ସମୟରେ ସରକାରଙ୍କୁ ଏକଜୁଟ ହୋଇ ସହଯୋଗ କରନ୍ତୁ ଏବଂ ଆସନ୍ତା ୨୪ଘଣ୍ଟା ଘରେ ଭିତରେ ରୁହନ୍ତୁ । ‘ଆମେ ତିନୋଟି ହେଲ୍ପଲାଇନ ନମ୍ବର ଜାରି କରିଛୁ । କୌଣସି ଅସୁବିଧା ହେଲେ ଏହି ନମ୍ବରରେ କଲ କରନ୍ତୁ । ନମ୍ବର ଗୁ଼ଡିକ ହେଲା 1100, 1070 ଏବଂ 1077 । ଯେ କୌଣସି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଆପଣ ଏହି ନମ୍ବରକୁ କଲ କରିପାରିବେ ଏବଂ ମୁଁ ନିଜେ ମଧ୍ୟ ୨୪ଘଣ୍ଟା ଉପଲବ୍ଧ ରହିଛି’।

Related posts

ମୋବାଇଲ୍ ରିଚାର୍ଜ ସରିବା ପରେ ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରୀ… ସଂସଦରେ ଦାବି କରିଥିଲେ ରାଘବ

mahabharatanews

ଅର୍ଥମନ୍ତ୍ରୀଙ୍କୁ ଦହି ଖୁଆଇଲେ ରାଷ୍ଟ୍ରପତି 

mahabharatanews

ଭାରତର ପ୍ରଧାନ ବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେଉଛି

mahabharatanews