ଓଡିଶା

୧୮ ଯାଏଁ ପ୍ରବଳ ବର୍ଷା ସମ୍ଭାବନା 

(ଭୁବନେଶ୍ୱର) : ଗତକାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର‌ ଅଞ୍ଚଳରେ ରହିଥିବା ସକ୍ରିୟ ଅବପାତ ଆଜି ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ୧୮ ତାରିଖ ସକାଳ ବେଳକୁ ବାଂଲାଦେଶ ଉପକୂଳକୁ ମଙ୍ଗଲା ଓ ଖେପୁପୁରା ମଧ୍ୟ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୬୦ରୁ ୭୦ କିମି ରହିବ। ୮୦ କିମି ବେଗରେ ପବନର ଝଟ୍‌କା ମଧ୍ୟ ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ଆଜି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଅବଶିଷ୍ଟ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ୧୮ ଓ ୧୯ ତାରିଖରେ ରାଜ୍ୟର ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ମତ୍ସ୍ୟଜୀବୀମାନଙ୍କୁ ୧୬ରୁ ୧୮ ତାରିଖ ଯାଏ ଓଡ଼ିଶା ଉପକୂଳ ସମୁଦ୍ରର ଆଖପାଖ ଅଞ୍ଚଳ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳ ଓ ଉତ୍ତର ବଙ୍ଗୋପସାଗର ଅଞ୍ଚଳକୁ ପ୍ରବେଶ ପାଇଁ ବାରଣ କରାଯାଇଛି।

Related posts

ଚିକିତ୍ସାଧୀନ ଅବସ୍ଥାରେ  ସୁରବାବାଙ୍କ ମୃତ୍ୟୁ

mahabharatanews

କମିଟି ସୁପାରିସରେ ହେବ ଇଞ୍ଜିନିୟରଙ୍କ ବଦଳି ,ଗୃହ ଜିଲାରେ ପୋଷ୍ଟିଂକୁ ନା

mahabharatanews

୬ରୁ ପୁଣି ଭିଜିବ ସାରା ରାଜ୍ଯ

mahabharatanews