ଓଡିଶା

ଶୀର୍ଷ ସ୍ତରରେ ହୀରାକୁଦ ଜଳଭଣ୍ଡାର

(ହୀରାକୁଦ) : ଗୋଟିଏ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ସମ୍ପୂର୍ଣ୍ଣ ଭରିଛି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗତକାଲି (ଶୁକ୍ରବାର) ସନ୍ଧ୍ୟା ୬ଟାରେ ଜଳସ୍ତର ୬୩୦ ଫୁଟରେ ପହଞ୍ଚିଛି। ରୁଲ୍ କର୍ଭ ଅନୁସାରେ ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଗୋଟିଏ ଦିନ ପୂର୍ବରୁ ଜଳଭଣ୍ଡାର ଭରିଯାଇଛି।

ସୂଚନାନୁଯାୟୀ, ୭ଟି ସ୍ଲୁଇସ୍‌ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ହୀରାକୁଦ ଜଳଭଣ୍ଡାରକୁ ୧,୫୫,୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ସମାନ ୧,୫୫,୨୬୨ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସେଥିରୁ ସ୍ଲୁଇସ୍ ଗେଟ୍ ଦେଇ ୧,୧୫,୦୮୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୧୪୨ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଉଛି। ସେହି ଭଳି ଜଳସେଚନ ନିମନ୍ତେ କେନାଲଗୁଡ଼ିକରେ ୩,୭୫୭ କ୍ୟୁସେକ୍ ଓ ଶିଳ୍ପାନୁଷ୍ଠାନକୁ ୨୫୭ କ୍ୟୁସେକ୍ ଓ ମେଗା ଉଠଜଳସେଚନ ପ୍ରକଳ୍ପ ପାଇଁ ୨୬ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି।

Related posts

ଆରକ୍ଷୀ ଅଧିକ୍ଷକଙ୍କ ଜିଲ୍ଲା ମୁଖ୍ୟାଳୟ ପରିଦର୍ଶନ

mahabharatanews

ବାଲୁକା କଳାରେ କରୋନ। ସଚେତନତା

mahabharatanews

୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ସମ୍ଭାବନା 

mahabharatanews