(ଦିଲ୍ଲୀ) : ଶୁକ୍ରବାର ସୁପ୍ରିମକୋର୍ଟରେ ହେମାନ୍ତ ସୋରେନଙ୍କ ମାମଲା ଶୁଣାଣି ହେବ । ସୁପ୍ରିମ କୋର୍ଟ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗରିଫଦାରୀ ବିରୋଧରେ ଦାୟର ହୋଇଥିବା ଚ୍ୟାଲେଞ୍ଜ ଆବେଦନର ଶୁଣାଣି କରିବେ । ବୁଧବାର ଜମି ଦୁର୍ନୀତି ସମ୍ପର୍କୀତ ମିନି ଲଣ୍ଡ୍ରିଂ ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଥିଲା । ଆଉ ଏହାକୁ ବିରୋଧ କରି ହେମନ୍ତ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ହେମନ୍ତ ।
ସୂଚନାନୁଯାୟୀ , ଗୁରୁବାର ଦିନ ସାଢେ ୧୦ଟାରେ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଜଷ୍ଟିସ୍ ଶ୍ରୀ ଚନ୍ଦ୍ରଶେଖର ଏବଂ ଜଷ୍ଟିସ୍ ଅନୁଭା ରାଓ୍ବତ ଏହା ମାମଲାର ଶୁଣାଣି କରିଥାନ୍ତେ । ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପୂର୍ଣ୍ଣଛେଦ ପଡ଼ିଛି । ବିଧାୟକ ଦଳ ନେତା ଭାବେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ପଦରେ ଶପଥ ନେବେ । ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ସେ ସାକ୍ଷାତ କରିଥିଲେ । ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।