ଭାରତ

ହେମନ୍ତଙ୍କୁ କୋର୍ଟରେ ହାଜର କରିବ ଇଡି 

(ଝାଡଖଣ୍ଡ) : ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ସାରା ଦେଶରେ ଏବେ ସରଗରମ ରାଜନୈଚିକ ମାହୋଲ । ଆଜି ସୋରେଙ୍କୁ କୋର୍ଟରେ ହାଜର କରିବ ଇଡି । ଗତକାଲି ଅର୍ଥାତ୍ ବୁଧବାର ଦିନ ରାତିରେ ହେମନ୍ତ ସୋରେନ ରାଜଭବନରେ ପହଞ୍ଚି ଇସ୍ତଫା ଦେଇଥିଲେ ଯାହା ପରେ ତାଙ୍କୁ ଇଡି ଗିରଫ କରିଥିଲା ।

ସୂଚନାନୁଯାୟୀ , ଆଜି ସୋରେନଙ୍କୁ କୋର୍ଟରେ ହାଜର କରାଯିବ ଏହାସହ ତାଙ୍କୁ ୧୫ ଦିନ ପାଇଁ ଇଡି ରିମାଣ୍ତରେ ନେବା ନେଇ ସୂଚନା ରହିଛି । ସକାଳୁ ସକାଳୁ ଦୁଇ ଦୁର୍ଘଟଣା, ବସ୍ ଓ ଡିଭାଇଡରରେ ପିଟି ହେଲା ବସ୍ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହେବା ପରେ ଏହାକୁ ବିରୋଧ କରି ଗୁରୁବାର ଦିନ ଝାଡଖଣ୍ଡର ସମସ୍ତ ଆଦିବାସୀ ସଂଗଠନ ବନ୍ଦ ଡାକରା ଦେଇଛନ୍ତି । ଆଦିବାସୀ ସଂଗଠନ ମଧ୍ୟ ଏ ସମ୍ପର୍କରେ ପୋଷ୍ଟର ଜାରି କରି ସୂଚନା ଦେଇଛି । ଏହି ପୋଷ୍ଟରରେ ହେମନ୍ତ ସୋରେନଙ୍କ ଫଟୋ ରହିଛି । ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀ ବିରୋଧରେ ହେମନ୍ତ ସୋରେନ କୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି । ଅନ୍ୟପକ୍ଷରେ ଇଡି ଆଜି ହେମନ୍ତ ସୋରେନଙ୍କୁ କୋର୍ଟରେ ହାଜର କରିବେ ।

Related posts

୨୫ରେ ଭୋଟ୍‌ ଗ୍ରହଣ

mahabharatanews

ଦିଲ୍ଲୀ ଏନସିଆରରେ ଘନ କୁହୁଡି: 200 ବିମାନ ବିଳମ୍ବ

mahabharatanews

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews