ଭାରତ

ବର୍ଷା ଓ ଭୂସ୍ଖଳନ; ହିମାଚଳରେ ୭୧ ମୃତ

(ହିମାଚଳ) : ଲଗାତାର ବର୍ଷା ହେତୁ ଉତ୍ତରାଖଣ୍ଡ ଏବଂ ହିମାଚଳରେ ପ୍ରକୃତିର ତାଣ୍ତବ ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ବର୍ଷା ଓ ଭୂସ୍ଖଳନରେ ସ୍ଥିତି ବେହାଲ । ପ୍ରଭାବିତ ସ୍ଥାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଛି ବାୟୁସେନା ହେଲିକପ୍ଟର । ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ ,  ଆଗାମୀ ୨ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ତରେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଭୂସ୍ଖଳନ ଯୋଗୁଁ ଭାଙ୍ଗି ଯାଇଥିବା ମନ୍ଦି ଓ ଘରର ତଳୁ ୩ ମୃତ ଦେହ ଉଦ୍ଧାର କରାଯାଇଛି । ସେହିପରି ସମଲାର ଶିବ ମନ୍ଦିର ଭୁଶୁଡିବା ମାମଲାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂତନା ରହିଛି । ଶିମଲାରେ ସ୍ଥାନୀୟ କ୍ରୀଷ୍ଣନଗରରୁ ୬ ଆସ୍ଥାୟୀ ଘର ସହ ମୋଟ୍ ୮ଟି ଘର ଭୁଶୁଡ଼ି ପଡିଛି । ଆଗାମୀ ତିନି ଘଣ୍ଟା ଘଡ଼ଘଡ଼ି ସହ ପ୍ରବଳ ବର୍ଷା ରାଜ୍ୟରେ ଖରାପ ପାଗ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସରକାରଙ୍କ ତରଫରୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଆୟକର ଛାଡ଼ସୀମାରେ ନାହିଁ ପରିବର୍ତ୍ତନ

mahabharatanews

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫଲୋ କଲେ ଏଲନ ମସ୍କ

mahabharatanews

ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ

mahabharatanews