ଭାରତ

ଥମୁନି ନେହେରୁଙ୍କ ଫଟୋ ହଟାଇବା ଘଟଣା   

(ମଧ୍ୟପ୍ରଦେଶ) : ସୋମବାର ମଧ୍ୟପ୍ରଦେଶର ୧୬ତମ ବିଧାନସଭାର ପ୍ରଥମ ଅଧିବେଶନ ଏକ ବିବାଦରୁ ଆରମ୍ଭ ହୋଇଥିଲା। ଗୃହରେ ବାଚସ୍ପତିଙ୍କ ଚେୟାର ପଛରେ ଲାଗିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବାହରଲାଲ ନେହେରୁଙ୍କ ଫଟୋ ହଟାଯାଇ ଡକ୍ଟର ବିଆର୍‌ ଆମ୍ବେଦକରଙ୍କ ଫଟୋ ‌ଲଗାଯିବକୁ ନେଇ ଏହି ବିବାଦ ଥମିବାର ନା ନେଉନି ।

ସୂଚନାନୁଯାୟୀ , ବାଚସ୍ପତିଙ୍କ ଚେୟାରର ଦୁଇ ପାର୍ଶ୍ବରେ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହେରୁଙ୍କ ଫଟୋ ଲଗାଯାଇଥିଲା। ହେଲେ ମହାତ୍ମା ଗାନ୍ଧୀଙ୍କ ଫଟୋ ପୂର୍ବ ପରି ରହିଥିବା ବେଳେ କେବଳ ନେହେରୁଙ୍କ ଫଟୋକୁ ସେଠାରୁ ହଟାଇ ଦିଆଯାଇଛି। କଂଗ୍ରେସ ନେତାମାନେ ଏହି ପରିବର୍ତ୍ତନକୁ ବିରୋଧ କରି ଜବାହରଲାଲ ନେହେରୁଙ୍କ ଫଟୋକୁ ପୁଣି ଥରେ ସେଠାରେ ଲଗାଇବାକୁ ଦାବି କରିଛନ୍ତି। କଂଗ୍ରେସ ଦଳ ଚେତାବନୀ ଦେଇଛି ଯେ ଯଦି ଫଟୋଟି ପୂର୍ବ ସ୍ଥାନରେ ଲଗାନଯାଏ ତେବେ କଂଗ୍ରେସ ବିଧାୟକମାନେ ନିଜେ ସେଠାରେ ଫଟୋ ଲଗାଇବେ।

Related posts

ସୁପ୍ରିମ କୋର୍ଟ ସମ୍ମୁଖରେ ବ୍ୟକ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

mahabharatanews

ଲଦାଖରେ ରାହୁଲ ଗାନ୍ଧୀ

mahabharatanews

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନିଙ୍କୁ ଭେଟିଲେ ନରେନ୍ଦ୍ର ମୋଦି

mahabharatanews