ଭାରତ

ବାୟୁ ପ୍ରଦୂଷଣ: ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ 

(ଉତ୍ତରପ୍ରଦେଶ) :  ବାୟୁ ପ୍ରଦୂଷଣ ଯୋଗୁଁ ନୋଏଡା ଏବଂ ଗ୍ରେଟର ନୋଏଡାର ନର୍ସରୀ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିାଯିବା ନେଇ ହୋଇଛି ନିଷ୍ପତ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମଙ୍ଗଳବାର ଗୌତମ ବୁଦ୍ଧ ନଗର ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବର୍ମା ଏନେଇ ସୂଚନ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।

ଯେଉଁଥିରେ କୁହାଯାଇଛି ଯେ, ବଢୁଥିବା ବାୟୁପ୍ରଦୂଷଣକୁ ନଜରରେ ରଖି ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଷ୍ଟେଜ୍ -୪ ଅନୁସରଣ କରିବାକୁ ପଡିବ। ଏହା ଅଧୀନରେ, ପ୍ରି-ସ୍କୁଲରୁ ଆରମ୍ଭ କରି ନବମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ୍ ନଭେମ୍ବର ୧୦ପର୍ଯ୍ୟନ୍ତ ଅଫଲାଇନ୍ ପରିବର୍ତ୍ତେ ଅନଲାଇନ୍ କ୍ଲାସ୍ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଏପରି ଏକ ସମୟରେ ଆସିଛି ଯେତେବେଳେ ନୋଏଡାର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ସ୍ତର ୪୦୦ ଅତିକ୍ରମ କରିଛି।

Related posts

ସୁନ୍ଦରକାଣ୍ଡ ପାଠ କାର୍ଯ୍ୟକ୍ରମ ଆୟୋଜନ କଲେ କେଜ୍ରିଓ୍ବାଲ

mahabharatanews

ଜିଲ୍ଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ସଚେତନତା କାର୍ଯ୍ୟକ୍ରମ

mahabharatanews

ସମାଜବାଦୀ ଦଳ ଛାଡିଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

mahabharatanews