ଓଡିଶା

କରୋନା ପଜିଟିଭ ଚିହ୍ନଟ ପରେ ଗାଁ ସାନିଟାଇଜରରେ ବିଶୋଧିତ

(ରଜନୀକାନ୍ତ ପାତ୍ର, ହିଞ୍ଜିଳି): ହିଂଜିଳି ବ୍ଳକର ବିଭିନ୍ନ ଗ୍ରାମ ପଂଚାୟତରେ କରେନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଉଦ୍ୟମ ଚଲାଇଛନ୍ତି । ହିଂଜିଳି ବ୍ଳକ ଶାସନ ଆମ୍ବଗାଁ ପଞ୍ଚାୟତ ର ବାଦୀଆମ୍ବଗାଁ ତଳସାହି ତିନି ଜଣଙ୍କ ମଧ୍ୟରେ କୋରନା ସଂକ୍ରମିତ ଲକ୍ଷଣ ଦେଖାଯାଇ ଥିଲା । ଏହା ପରେ ତାଙ୍କୁ କୋଭିଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏହା ପରେ ଗ୍ରାମକୁ ପ୍ରଶାସନର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ପ୍ରମୋଦ କୁମାର ଭୁୟାଁଙ୍କ ତତ୍ୱାବଧାନରେ ଅଗ୍ନିଶମ ବାହୀନି କର୍ମଚାରୀ ମାନେ ଗ୍ରାମକୁ ବିଶୋଧିତ କରିଥିଲେ । ଆଗାମୀ ଦିନରେ ପୌରାଂଚଳର ସମସ୍ତ ୱାଡର଼୍ ଓ ବ୍ଳକର ବିଭିନ୍ନ କରୋନା ସଂକ୍ରମିତ ଅଂଚଳ ଗୁଡ଼ିକୁ ବିଶୋଧିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Related posts

ଡିପିଏଫ ଜଙ୍ଗଲରେ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ, ୭ ଶିକାରୀ ଗିରଫ

mahabharatanews

କଟକସ୍ଥିତ ସନ ହସ୍ପିଟାଲରେ ନିଆଁ: କାରଣ ଅସ୍ପଷ୍ଟ 

mahabharatanews

ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନିସିକାନ୍ତ ମହାପାତ୍ର

mahabharatanews