ରାଜନୀତି

ସମାଜସେବୀ ରଞ୍ଜନ ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ତ୍ରିରଙ୍ଗା ସେବା ସଂଘର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ରୁଦ୍ରସେନାର ଗଞ୍ଜାମ ଜିଲ୍ଲା ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଭାରତୀୟ ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ହିନ୍ଦୁ ସୁରକ୍ଷା ପାଇଁ ଗଠନ କରାଯାଇଥିବା ଏହି ସଂଗଠନର କାର୍ୟ୍ୟକୁ ସର୍ବସ୍ପର୍ଶୀ କରିବା ସହ ସାଂଗଠନିକ କାର୍ୟ୍ୟର ପ୍ରଚାର ଓ ପ୍ରସାର ପାଇଁ ରୁଦ୍ରସେନା କାର୍ୟ୍ୟ କରିବା ଲକ୍ଷ୍ୟ ରଖିଛି । ତେଣୁ ରାଷ୍ଟ୍ରୀୟ ସଂଯୋଜକ ସନ୍ଦୀପ ବଶିଷ୍ଠ ଓ ରାଜ୍ୟ ସଭାପତି ସଞ୍ଜୀବ କୁମାର ମିଶ୍ରଙ୍କ ଅନୁମୋଦନ କ୍ରମେ ସମାଜସେବୀ ରଞ୍ଜନ ସାହୁଙ୍କୁ ଏଭଳି ଗୁରୁ ଦାୟିତ୍ୱ ମିଳିଛି । ପୂର୍ବରୁ ବିଭିନ୍ନ ସଂଗଠନ ସହ ଜଡିତ ହୋଇ ରଞ୍ଜନ ଉତ୍ତମ ପାରଦର୍ଶିତା ଓ ନେତୃତ୍ୱର ପରିଚୟ ଦେଇଛନ୍ତି । ତାଙ୍କ ନେତୃତ୍ୱରେ ଆଗାମୀ ଦିନରେ ରୁଦ୍ରସେନା ହିନ୍ଦୁ ସୁରକ୍ଷା ସହ ଜିଲ୍ଲାରେ ବିଭିନ୍ନ ପ୍ରକାର କାର୍ୟ୍ୟକ୍ରମର ସଫଳ ରୂପାୟନ କରିବା ପାଇଁ ଯୋଜନା କରିଛି । ତେବେ ହିଞ୍ଜିଳିକାଟୁ ଅଞ୍ଚଳର ସମାଜସେବୀଙ୍କୁ ଏଭଳି ରାଷ୍ଟ୍ରୀୟ ସ୍ତରର ସଂଗଠନରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।

Related posts

ନିଟ ସମସ୍ୟା ଉପରେ ଆଲୋଚନା କଲେ କାନିମୋଝି-ମୁଖ୍ୟମନ୍ତ୍ରୀ

mahabharatanews

ସାଂସଦ ଅହମଦ ପଟେଲଙ୍କ ପରଲୋକ

mahabharatanews

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଘରେ ଇଡିର ୧୦ ଘଣ୍ଟା ଜେରା

mahabharatanews