ରାଜନୀତି

ସାଂସଦ ଅହମଦ ପଟେଲଙ୍କ ପରଲୋକ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ଆଜି ଭୋର ସମୟରେ କରୋନାରେ ପରଲୋକ ହୋଇଛି। କରୋନା ପୀଡିତ ହେବା ପରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ତାଙ୍କ ପୁଅ ଫୈଜଲ ।
ଆଜି ଭୋର ୩.୩୦ରେ ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ଅହମଦ ପଟେଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅକ୍ଟୋବର ୧ ତାରିଖରେ ପଟେଲ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ ତାଙ୍କର ଅନ୍ୟାନ୍ୟ ଏକାଧିକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥିଲା । ନଭେମ୍ବର ୧୫ରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିତଟାଲର ଭେଣ୍ଟିଲେଟରରେ ଥିଲେ। ପଟେଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିଛନ୍ତି ।
ଅହମଦ ପଟେଲ ଚଳିତ ଥର ଗୁଜରାଟରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ରାଜ୍ୟସଭା ଓ ୩ ଥର ଲୋକସଭା ସାଂସଦ ଭାବେ କାର୍ୟ୍ୟ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସେ ପ୍ରଥମଥର ଲୋକସଭାକୁ ଯାଇଥିଲେ । ସେ ସୋନିଆ ଗାନ୍ଧୀଙ୍କ ପରାମର୍ଶଦାତା ଭାବେ ଦୀର୍ଘ ବର୍ଷରୁ କାର୍ଯ୍ୟ କରୁଥିବା ବେଳେ କଂଗ୍ରେସର ସଙ୍କଟମୋଚକ ଭାବେ ପରିଚିତ ଥିଲେ ।

SR

Related posts

ପୁଣି ବିଜେଡିକୁ ଲାଗିଲା ବଡ଼ ଝଟକା

mahabharatanews

ରାହୁଲ ଗାନ୍ଧୀ ଓ କଂଗ୍ରେସ ବିରୋଧରେ ଚିଠି ଜାରି କଲେ ପୂର୍ବତନ ବିଚାରପତି

mahabharatanews

ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ

mahabharatanews