ଅପରାଧ

ଅମାନବିକତା: ବୃଦ୍ଧ ବେପାରୀଙ୍କ କଦଳୀ ଫୋପାଡି ଦେଲା ପୋଲିସ କାକୁତି ମିନତୀ ବି ଶୁଣିଲାନି

(ହିଞ୍ଜିଳି/ରଜନୀକାନ୍ତ ପାତ୍ର): କରୋନା ଦୁଃଖଠୁ ଗରିବଙ୍କ ପାଇଁ ଭୋକର ଜ୍ୱାଳା ବଢ଼ିବାରେ ଲାଗିଲାଣି। ଡାକ୍ତର ଟିମ ଦ୍ୱାରା ଯାଞ୍ଚ ନାଁରେ ବ୍ରହ୍ମପୁର ତଥା ଗଂଜାମରେ ୫ ଦିନିଆ ସଟଡାଉନ। କେବଳ ଥର୍ମାଲ ସ୍କ୍ରିନିଂରେ ସୀମିତ ରହିଛି ଏହି ପରୀକ୍ଷା। ଏଭଳି ସ୍ଥିତିରେ କିଛି ଅର୍ଥ ରୋଜଗାର ପାଇଁ ଗରିବ ବୃଦ୍ଧ ବେପାରୀଟିଏ କଦଳୀ ଧରି ବ୍ରହ୍ମପୁରର ସାହି ସାହି ବୁଲି ବିକିବାକୁ ଆସିଥିଲା।ଏଭଳି ସମୟରେ ପଡିଯାଇଥିଲା ଗୋଶାଣୀନୂଆଗାଁ ପୋଲିସ ହାବୁଡ଼ରେ। ସଟଡାଉନ ବେଳେ ବୁଢ଼ା କୁଆଡେ ବିକ୍ରି କରିବାକୁ ଆସିଛୁ କହି ଗରିବ ବୃଦ୍ଧ ବେପାରିର କଦଳୀ ଗୁଡିକୁ ନେଇ ଫୋଫଡ଼ି ଦେଇଥିଲେ ଗୋଶାଣିନୂଆଗାଁର ଥାନା ଆଇ ଆଇ ସି। ଏତିକିବେଳେ କାକୁତି ମିନତୀ ବୃଦ୍ଧ ବେପାରୀ ଜଣକ ହେଉଥିଲେ ବି କାହାରି କାନରେ ଏହା ପଡି ନଥିଲା। ପରେ ବୃଦ୍ଧ ବେପାରୀ ଜଣକ ସେଠାରୁ ପଳାଇ ଯାଉଥିବା ବେଳେ ତାହାର କଦଳୀ ଗୁଡିକ ବି ଜବତ କରି ନେଇଯାଇଥିଲେ।ଏଭଳି ଭିଡ଼ିଓ ସ୍ଥାନୀୟ କିଛି ଲୋକ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି। ଯାହାକୁ ନେଇ ବ୍ରହ୍ମପୁରରେ ତୀବ୍ର ଅସନ୍ତୋଷ। ୪ ମାସ ହେଲା ଲକଡାଉନ ଓ ସଟଡାଉନରେ ଗରିବ ହନ୍ତସନ୍ତ। ଏଭଳି ସ୍ଥିତିରେ ସବୁ ପ୍ରକାର ହୋମ ଡେଲିଭରିକୁ ଅନୁମତି ଦେଇଛନ୍ତି। ଏଭଳି ସମୟରେ ସାହିରେ ବୁଲି ବିକ୍ରି କରୁଥିବା ବେପାରୀଙ୍କୁ କାହିଁକି ଏଭଳି ନିର୍ୟ୍ୟାତନା ଦିଆଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଲୋକେ।

Related posts

ଭାରତ ଉପରେ ଚୀନର ଦୁଇ ହ୍ୟାକିଂ ସଂସ୍ଥାର ସାଇବର ଆକ୍ରମଣ

mahabharatanews

ହାତୀ ଛୁଆ ହତ୍ୟାର ପର୍ଦ୍ଦାଫାସ୍: ବନ ବିଭାଗ ହାତରେ ଶିକାରୀ

mahabharatanews

ସାମ୍ବାଦିକ ଉପରେ ତାଲିବାନଙ୍କ ଅତ୍ୟାଚାର

mahabharatanews