ଓଡିଶା

ଉଛୁଳୁଛି ହୀରାକୁଦ; ଆସନ୍ତାକାଲି ଖୋଲିବ ହୀରାକୁଦ ଡ୍ୟାମର ଗେଟ୍

(ହୀରାକୁଦ) : ବୃଦ୍ଧି ପାଇବାରେ ଲାଗିଛି ହୀରାକୁଦ ଜଳସ୍ତର। ପ୍ରବେଶ କରୁଛି ୯୨ ହଜାର ୭୭୪ କ୍ୟୁସେକ ଜଳ।  ଜଳଭଣ୍ଡାରର ଜଳସ୍ତର ୬୧୪.୦୮ ଫୁଟ। ହୀରାକୁଦରୁ ୪୦ ହଜାର ୬୧୫ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଗତକାଲି ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ଥିଲା। ଆସନ୍ତାକାଲି ଜୁଲାଇ ୨୩ରେ ଖୋଲିବ ହୀରାକୁଦ ଡ୍ୟାମର ଗେଟ୍ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ଚଳିତବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ସକାଳ ୯ଟା ସମୟରେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ବୁର୍ଲାସ୍ଥିତ ‘ହୀରାକୁଦ ହେଡ ୱାର୍କ୍ସ ଏବଂ ଅତିରିକ୍ତ ସ୍ପିଲୱେ’ର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସୁଶୀଳ ବେହେରା ଏହି ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ , ୧ ଲକ୍ଷ ୪୦ ହଜାର ୫୭୫ କ୍ୟୁସେକ ଜଳ ପ୍ରବେଶ କରୁଥିଲା । ହୀରାକୁଦରୁ ୪୦ ହଜାର ୨୭୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା।  ଏଥିପାଇଁ ସତର୍କତା ଜାରି କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ । ମହାନଦୀ ଉପକୂଳରେ ବସବାସ କରୁଥିବା ସର୍ବସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢୁଛି । ଗତ କିଛିଦିନ ଧରି ରାଜ୍ୟରେ ମୌସୁମୀ ଜନିତ ବର୍ଷା ଜାରି ରହିଥିବାରୁ ଏହା ମଧ୍ୟରେ ହୀରାକୁଦ ଡ୍ୟାମର ଜଳସ୍ତର ଧୀରେଧୀରେ ବଢ଼ିବାରେ ଲାଗିଥିଲା ।

Related posts

ଯାତ୍ରୀବାହୀ ଅଟୋ ଓଲଟି ୨ ଗୁରୁତର

mahabharatanews

ରାଜଧାନୀରେ ରାବଣ ପୋଡିପାଇଁ ୬ଟି ସ୍ଥାନକୁ ଅନୁମତି

mahabharatanews

ଡ୍ରଗ୍ସ କାରବାରର ହେବ ମୂଳପୋଖ : ମନ୍ତ୍ରୀ

mahabharatanews