ଖେଳଦେଶ ବିଦେଶ

ପୁଣି ଥରେ ଏକ ନମ୍ବର ସ୍ଥାନରେ ‘ହିଟମ୍ୟାନ’

ଟିମ୍ ଇଣ୍ଡିଆର ଦକ୍ଷ ଏବଂ ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦିନିକିଆ ବ୍ୟାଟ୍ସମ୍ୟାନ ରାଙ୍କରେ ଏକ ନମ୍ବର ସ୍ଥାନ ହାସଲ କରି ପୁଣି ଥରେ ସମସ୍ତଙ୍କ ନଜରକୁ ଆସିଛନ୍ତି । ‘ହିଟମ୍ୟାନ’ ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲଙ୍କୁ ହଟାଇ ପୁନର୍ବାର  ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଡାରିଲ୍ ମିଚେଲଙ୍କୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ଦୁଇଟି ଦିନିକିଆ ଖେଳି ନପାରି ତାଲିକାରେ ଖସି ଦ୍ୱିତୀୟ ସ୍ଥାନକୁ ଯାଇଛନ୍ତି। ତେବେ ବିରାଟ କୋହଲି ଏବଂ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ସଦ୍ୟତମ ଦିନିକିଆ ରାଙ୍କିଙ୍ଗରେ ସେମାନଙ୍କର ସ୍ଥାନ ବଜାୟ ରଖିଛନ୍ତି, ଯେଉଁଥିରେ କୋହଲି ୫ମ ଏବଂ ଗିଲ୍ ୪ର୍ଥ ସ୍ଥାନରେ ଅଛନ୍ତି ।

Image

ସେହିପରି ନ୍ୟୁଜିଲ୍ୟାଣ୍ଡ ଅଲରାଉଣ୍ଡର ରଚିନ ରବିନ୍ଦ୍ର ଗୋଟିଏ ସ୍ଥାନ ଉପରକୁ ଉଠି ୧୨ତମ ସ୍ଥାନରେ ପହଞ୍ଚିଛନ୍ତି ।ଡେଭନ୍ କନୱେ ପଚାଶ ଓଭର ଫର୍ମାଟରେ ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ ୩୧ତମ ସ୍ଥାନ ହାସଲ କରିଛନ୍ତି । ବ୍ଲାକ୍ କ୍ୟାପ୍ସ ବିପକ୍ଷରେ ଦ୍ୱିତୀୟ ଦିନିକିଆରେ ଶତକ ହାସଲ କରିବା ପରେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଶାଇ ହୋପ୍ ୮ମ ସ୍ଥାନରେ ପହଞ୍ଚିଛନ୍ତି ।

Rohit Sharma rises to No. 3 after Champions Trophy final heroics, Virat  Kohli drops in ICC ODI rankings - India Today

Related posts

ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ

mahabharatanews

ଥାଇଲାଣ୍ଡ ତାରୁତାଓ ଦ୍ୱୀପରେ ବୁଡିଲା ବୋଟ, ୭ ମୃତ, ଶତାଧିକ ନିଖୋଜ

mahabharatanews

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

mahabharatanews