ଓଡିଶା

ପୂଜା ହେଲା ନୂତନ ବିରଜା ପଞ୍ଜିକା 

(ଯାଜପୁର) : ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଯାଜପୁରର କ୍ଷେତ୍ରଶ୍ୱରୀ ମା’ ବିରଜାଙ୍କ ନିକଟରେ ଦୋଳ ଉତ୍ସବ ପାଳନ ହୋଇଛି । ଏହି ଅବସରରେ ମା’ଙ୍କ ନିକଟରେ ଜ୍ୟୋତିଷଙ୍କ ଦ୍ୱାରା ନୂତନ ବିରଜା ପଞ୍ଜିକା ପାଠ କରାଯାଇଛି । ଏହି ପାଞ୍ଜି ପଣା ସଂକ୍ରାନ୍ତି ଠାରୁ କାର୍ଯ୍ୟକାରୀ କରାଯିବ ।

ସୂଚନାନୁଯାୟୀ , ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ଦୋଳ ମଣ୍ଡପରେ ମାଙ୍କ ବିଜେ ପ୍ରତିମାକୁ ଅଣାଯାଇ ଦୋଳ ଉତ୍ସବର ପୂଜାର୍ଚନା କରାଯିବ ସହ ଜ୍ୟୋତିଷଙ୍କ ଦ୍ୱାରା ନୂଆ ପାଞ୍ଜି ପାଠ କରାଯାଇଥିଲା । ଓଡ଼ିଶାରେ ଫଗୁ ଦଶମୀରୁ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ । ଏହାର ଗୁରୁତ୍ୱ ବୈଷ୍ଣବ ଧର୍ମ ପରମ୍ପରାର ପ୍ରଚାର ଓ ପ୍ରସାର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ତେବେ ଏହା ମୁଖ୍ୟତଃ ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ, ସଦ୍‌ଭାବ ଓ ପାରମ୍ପାରିକ ସୌହାର୍ଯ୍ୟର ପରିଚାୟକ ପର୍ବ ଭାବରେ ପାଳିତ ହୋଇଥାଏ ।

Related posts

ଭେଣ୍ଡିଗଛ ଓପାଡି ଦେବାରୁ ଥାନାର ଦ୍ୱାରସ୍ଥ ହେଲେ ଚାଷୀ

mahabharatanews

ପତାକା ଉତ୍ତୋଳନ ସହ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ

mahabharatanews