ଓଡିଶା

ପରୀ ହତ୍ୟା: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱରର: ନୟାଗଡର ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ । ବିଜେପି ଓ କଂଗ୍ରେସ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବିରେ ଗୃହ କମ୍ପାଇଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ଜୋର ଧରିଛି। ଫଳରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ୨୦ ମିନିଟ ଓ ପରେ ୩ଟା ଯାଏଁ ବାଚସ୍ପତି ମୁଲତବୀ ଘୋଷଣା କରିଛନ୍ତି ।
ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମନ୍ତ୍ରୀଙ୍କୁ ବହିଷ୍କାର କରା ନ ଗଲେ ଗୃହ ଚଳାଇ ଦେବୁ ନାହିଁ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତକୁ ମଧ୍ୟ ମାଝୀ ଅଗ୍ରହଣୀୟ କହିଛନ୍ତି । ପୋଡିୟମ ନିକଟରେ ବ୍ୟାନର ଦେଖାଇ ବିଜେପିର ସଦସ୍ୟମାନେ ପ୍ରତିବାଦ କରିବା ସହ ନାରାବାଜି କରିଛନ୍ତି । ସେହିପରି କଂଗ୍ରେସ ନେତା ତାରା ବାହିନୀପତି ଅରୁଣ ସାହୁଙ୍କ ଇସ୍ତଫା ସହ ଏସଆଇଟି ତଦନ୍ତ ଦାବି କରିଛନ୍ତି। ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ଦାବି କରିଛନ୍ତି ବାହିନୀପତି ।
୪ ମାସ ତଳେ ମୌସୁମୀ ଅଧିବେଶନ ସମୟରେ ନୟାଗଡର ପରୀ ନାମକ ୫ ବର୍ଷ ଶିଶୁ କନ୍ୟାର ଅପହରଣ ପରେ ହତ୍ୟା ଘଟଣା ଘଟିଥିଲା । ଏନେଇ ପୀଡିତ ପରିବାର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ନ୍ୟାୟରୁ ବଞ୍ଚିତ ହେବା ସହ ପୁଲିସର ନିଷ୍କ୍ରିୟତାକୁ ନେଇ ଅତିଷ୍ଠ ହୋଇ ପଡି ଚଳିତ ଅଧିବେଶନର ୫ମ ଦିନରେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । କିନ୍ତୁ ସେମାନଙ୍କୁ ପୁଲିସ କାବୁ କରି ଆତ୍ମାହୁତିରୁ କ୍ଷାନ୍ତ କରିଥିଲେ ।

SR

Related posts

ରାଜ୍ୟସ୍ତରୀୟ ‘କାୟାକଳ୍ପ ସମ୍ମାନ’

mahabharatanews

ସ୍ୱାଧୀନତା ଆନ୍ଦୋଳନରେ ବୋଲଗଡ଼ର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର

mahabharatanews

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

mahabharatanews