ଓଡିଶା

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

(ପୁରୀ) : ଆଜି ଗଡ଼ିବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ପାଇଁ ବାତିଲ୍‌ ହୋଇଛି। କନେକ୍ଟିଂ ବନ୍ଦେ ଭାରତ ବିଳମ୍ବ ଚାଲୁ ଥିବାରୁ ଏବଂ ସମୟ ଖାପ ଖୁଆଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁଯାୟୀ,ରବିବାର ଦିନ ଝଡ଼ତୋଫାନ ଯୋଗୁ କ୍ଷତିଗ୍ରସ୍ତ ହୋଇ ଭଦ୍ରକ ମଞ୍ଜୁରୀରୋଡ୍‌ ନିକଟ ବୈତରଣୀ ପୋଲ ଉପରେ ଅଟକି ରହିଥିଲା ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ । ଦୀର୍ଘ ୩ ଘଣ୍ଟା ଧରି ଟ୍ରେନ୍‌ଟି ଟ୍ରାକ୍‌ରେ ଅଟକି ରହିବାପରେ ରେଳବାଇ ଟିମ୍‌ ପହଞ୍ଚି ମରାମତି ଆରମ୍ଭ କରିଛି।

Related posts

ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

mahabharatanews

ବାର୍ଡ ଫ୍ଲୁ ପରୀକ୍ଷା ପାଇଁ  ରାଜ୍ୟ ପ୍ରାଣୀ ବିଭାଗର ସାମ୍ପୁଲ ସଂଗ୍ରହ

mahabharatanews

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

mahabharatanews