ଓଡିଶା

ମାନସିକ ଭିନ୍ନକ୍ଷମ ରୋଗୀଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡସେନ

ପାରାଦୀପ /ପ୍ରଶାନ୍ତ ସ୍ୱାଇଁ :ପାରାଦୀପ ରୁ ଉଦ୍ଧାର ହେଲେ ୧୭ ମାନସିକ ଭିନ୍ନକ୍ଷମ ରୋଗୀ । ଆଜି ଏମାନେ ପାରାଦୀପ ର କୋଣ ଅନୁକୋଣ ରେ ବୁଲୁଥିବା ସମୟରେ ବ୍ୟାସ ଫାଉଣ୍ଡେସନ ପକ୍ଷରୁ ଉଦ୍ଧାର କରାଯାଇ ତାଙ୍କୁ ନୀଳାଚଳ ସେବାଶ୍ରମ କଣାସ ପୁରୀ କୁ ସ୍ଥାୟୀ ବନ୍ଦବୋସ୍ତ କରିବା ପାଇଁ ନିଆଯାଇଥିବା ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି । ପାରାଦୀପ ସ୍ଥଳ ସୀମା ର ଶେଷ ସ୍ଥାନ ହୋଇଥିବା ରୁ ଅନେକ ମାନସିକ ବିକାର ଗ୍ରସ୍ତ ରୋଗୀ ଏଠାକୁ ଟ୍ରକ୍ , ବସ୍ ଓ ଟ୍ରେନ ଯୋଗେ ଆସି ଆଉ ଫେରି ପାରୁ ନାହାନ୍ତି । ଏଣେତେଣେ ବିକ୍ଷିପ୍ତ ଭାବରେ ବିଚରଣ କରି ଅନେକ ରୋଗଗ୍ରସ୍ତ ହେବା ଓ ଗାଡି ଧକ୍କାରେ ମୃତ୍ୟୁ ବରଣ କରୁଥିବା ଦେଖାଯାଏ । ଏମାନଙ୍କୁ ଆଜି ଉଦ୍ଧାର କରାଯାଇ ନିଆଯାଇଥିଲା ବେଳେ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି ବିବେଚନା କରାଯାଇଛି ।

Related posts

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ସତ୍ୟବାଦୀରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା

mahabharatanews

+୨ ପ୍ରଥମ ବର୍ଷ ଆଡମିଶନ ପ୍ରକ୍ରିୟା ଆରମ୍ଭ

mahabharatanews