ଓଡିଶା

ଲାଇନଚୁତ୍ୟ ହେଲା ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ

(ବାଲେଶ୍ଵର) :  ଲାଇନ୍ ଚୁତ୍ୟ ହେଲା ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଓଡ଼ିଶା ସୀମା ପଶ୍ଚିମବଙ୍ଗ ନେକୁରସିନି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଥିଲା। ଇଞ୍ଜିନକୁ ଛାଡ଼ି ୧୫ଟି ବଗି ରହିଗଲା ପଛରେ। ଖଡଗପୁର ଛାଡ଼ିବା ପରେ ରାତି ପ୍ରାୟ ଗୋଟାଏ ପାଖାପାଖି ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ୧୨୮୩୭ ନମ୍ବର ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସର ଯାନ୍ତ୍ରିକ ତ୍ରୁଟି ପାଇଁ ଚଳନ୍ତା ଟ୍ରେନର କପ୍ ଲିଂଗ କାଟି ୩ ଟି ବଗି ଧରି ଆଗକୁ ପଳାଇଲା ଇଞ୍ଜିନ।

ସୂଚନାନୁଯାୟୀ , ଯାତ୍ରୀମାନେ ମୃତ୍ୟୁ ମୁହଁରୁ ଅଳ୍ପକେ ବର୍ତ୍ତିଥିବା ବେଳେ ଅଫ ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ବିଳମ୍ବରେ ଚାଲିଲା ବହୁ ଟ୍ରେନ। ଦୀର୍ଘ ୭ଘଣ୍ଟା ପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି।

Related posts

ଜୁନ୍‌ରେ ନକ୍ସଲ ବିରୋଧୀ ଅଭିଯାନ

mahabharatanews

ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷିତ ରହିବ ତିନି ରଥ

mahabharatanews

ଭାରସାମ୍ୟ ହରାଇ ଟ୍ରକକୁ ପିଟିଲା ପିକଅପ୍ ,୩ ମୃତ ୬ ଗୁରୁତର

mahabharatanews