ଭାରତ

ତେଲେଙ୍ଗାନାରେ ବନ୍ୟା ସ୍ଥିତି: ବୁଡିଗଲା ପୁରା ଗାଁ

(ତେଲେଙ୍ଗାନା): ଉତ୍ତରଭାରତରେ ଲଗାତାର ବର୍ଷ ହେତୁ ଅସ୍ତବ୍ୟସ୍ତ ଜନଜୀବନ ।  ତେଲେଙ୍ଗାନାରେ ଏବେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି କରିଛି। କିଛି ସ୍ଥାନରେ ପରିସ୍ଥିତି ଏମିତି ହୋଇଛି ଯେ ସେନା ହେଲିକପ୍ଟର ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ କରାଯାଇଛି। ତେଲେଙ୍ଗାନାର ଭୁପାଲପାଲ୍ଲି ଜିଲ୍ଲା ଅଧୀନସ୍ଥ ମୋରଞ୍ଚପାଲ୍ଲି ଗ୍ରାମରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି। ତେବେ ୨ ଜଣ ବନ୍ୟା ଜଳରେ ଭାସିଯାଇଛନ୍ତି। ପ୍ରାୟ ୧୫୦୦ ଲୋକଙ୍କ ଜୀବନ ବିପଦରେ ଥିବାରୁ ସେନା ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇଛି।

ସୂଚନାନୁଯାୟୀ , ସମଗ୍ର ଗାଁ ବନ୍ୟା ଜଳରେ ବୁଡ଼ି ଯାଇଛି। ଗାଁ ଲୋକ ପ୍ରାଣ ବିକଳରେ ଛାତ ଉପରେ ଏବଂ ଗଛ ଉପରେ ଚଢ଼ି ଯାଇଛନ୍ତି। ସେନା‌ ଏବଂ ଏନ୍‌ଡିଆରଏଫ୍‌ ଦ୍ବାରା ଉକ୍ତ ଗ୍ରାମରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୋଦାବରୀ ଜଳସ୍ତର ଦ୍ବିତୀୟ ବିପଦ ସଙ୍କେତ ଟପିବାପରେ ଭଦ୍ରଚଲମରେ ମଧ୍ୟ ବନ୍ୟା ସ୍ଥିତି ଉପୁଜିଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Related posts

ଏହି ଅଞ୍ଚଳରେ ଧାରା ୧୪୪ ବଳବତ୍ତର

mahabharatanews

ଆଜି ଅପରାହ୍ଣ ୨ଟା ୩୫ରେ ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews

ନଗ୍ନ ଫଟୋସୁଟ୍‌ କଲେ ନକୁଲ ମେହେତା

mahabharatanews