ନୂଆଦିଲ୍ଲୀ: ଆଜି ରାଜ୍ୟ ସଭାରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖ୍ରିୟାଲ ନିଶାଙ୍କ ଗୃହକୁ କହିଛନ୍ତି କି, ଜାମିଆ ହିଂସା ପାଇଁ କିଏ ଦାୟୀ ତାହା କହିବା ଅପରିପକ୍ୱ ହେବ । ଏହି ମାମଲାଟି ବର୍ତ୍ତମନା ବିଚାରାଧୀନ ଥିବାରୁ ଏହାକୁ ନେଇ ରାଜ୍ୟ ସଭାରେ କିଛି କହିବା ଉଚିତ ହେବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ସରକାର ଜାମିଆ ହିଂସାରେ ଦିଲ୍ଲୀ ପୁଲିସର ଭୂମିକା ଓ ସେମାନଙ୍କଠାରୁ କ୍ଷତିର ଭରଣା ପାଇଁ ପଦକ୍ଷେପ ନେଇଛି କି? ଏପରି ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦିଆଯାଇଛି ।
ନିଶାଙ୍କ କହିଛନ୍ତି, ଯେତେବେଳେ ଏହି ଘଟଣା ଘଟିଲା, ତାହାର ଅନେକ ତଥ୍ୟ ପ୍ରମାଣ ରହିଛି । ତେବେ ଏହି ଘଟଣାରେ କିଏ ଦୋଷୀ ତାହା ପ୍ରକାଶ କରିବା ଅପରିପକ୍ୱ ହେବ । ତେବେ ଦୋଷୀଙ୍କୁ କେ øଣସି ପ୍ରକାର ଛଡା ଯିବ ନାହିଁ ବୋଲି ସେ ଗୃହରେ କହିଛନ୍ତି । ହିଂସାରେ ପୁଲିସର ଭୂମିକା ସରକାର ଭିଡିଓରୁ ପାଇବ ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ନିଶାଙ୍କ କହିଛନ୍ତି, ଏହି ମାମଲା ବର୍ତ୍ତମାନ ବିଚାରାଧୀନ ରହିଛି । ତେବେ ଯେଉଁ ଭିଡିଓଗୁଡିକ ଜାରି କରାଯାଇଥିଲା, ସେଥରୁ ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ରହିଛି । ହିଂସାରେ ହୋଇଥିବା କ୍ଷୟକ୍ଷତି ଭରଣାକୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ର ସରକାର ୟୁଜିସି ମାଧ୍ୟମରେ ପୂର୍ଣ୍ଣ ପାଣ୍ଠି ଯୋଗାଏ । ଯଦି ପାଣ୍ଠିର ଆବଶ୍ୟକତା ପଡିବ ବିଶ୍ୱବିଦ୍ୟାଳୟ ୟୁଜିସି ନିକଟରେ ଦାବି ଜଣାଇପାରିବ ।