ଆଜି ଚଳିତ ବର୍ଷର ପ୍ରଥମ ସୂର୍ୟ୍ୟପରାଗ । ହେଲେ ଚଳିତ ବର୍ଷ ଗୋଟିଏ ନୁହେଁ ୩ଟି ପରାଗ ଲାଗିବ । ଯାହାକୁ ହାଇବ୍ରିଡ ସୂର୍ୟ୍ୟ ପରାଗ ବୋଲି କୁହାଯାଏ । ଏହି ପରାଗ ସକାଳ ୭ଟା ୪ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୨୯ରେ ଶେଷ ହେବ । ଏହାର ଅବଧି ୫ ଘଣ୍ଟା ୨୪ ମିନିଟ୍ ରହିବ । ଦୀର୍ଘ ୧୦୦ ବର୍ଷ ପରେ ଏହି ପରାଗ ଲାଗୁଥିବା ବେଳେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ପରାଗ ଭାରତରେ ଦୃଶ୍ୟମାନ ହଉ ନ ଥିଲେ ବି କାମ୍ବୋଡିଆ, ଚୀନ୍ , ଆମେରିକା , ମାଲେସିଆ, ଥାଇଲାଣ୍ଡ ଓ ଇଣ୍ଡେନେସିଆ ଅଞ୍ଚଳରେ ଦୃଶ୍ୟମାନ ହେବ । ଆଂଶିକ, ପୁର୍ଣ୍ଣ ଓ କୁଣ୍ଡଳାକାର ପରାଗକୁ ହାଇବ୍ରିଡ ସୂର୍ୟ୍ୟ ପରାଗ କୁହାଯାଏ। ହାଇବ୍ରିଡ ସୂର୍ୟ୍ୟ ପରାଗ ପ୍ରତି ଶହେ ବର୍ଷରେ ଥରେ ପଡିଥାଏ । ପରାଗ ସମୟରେ ଚନ୍ଦ୍ର ପୃଥିବୀଠୁ ଦୂରର ନଥାଏ କି ପାଖରେ ବି ନ ଥାଏ । ପରାଗରେ ସୂର୍ୟ୍ୟ କିଛି ସମୟ ପାଇଁ ରିଙ୍ଗ ଭଳି ଦୃଶ୍ୟମାନ ହୋଇଥାଏ । ରିଙ୍ଗ ଭଳି ଦୃଶ୍ୟକୁ ରିଙ୍ଗ ଅଫ ଫାୟାର ବା ଅଗ୍ନି ବଳୟ ବୋଲି କୁହାଯାଏ। ସୂର୍ୟ୍ୟ ପରାଗ ୩ଟି ହେଉଥିବାରୁ ସୂର୍ୟ୍ୟ ୩ ପ୍ରକାର ଦୃଶ୍ୟମାନ ହେବେ। ଆଂଶିକ ସୂର୍ୟ୍ୟ ପରାଗରେ ସୂର୍ୟ୍ୟଙ୍କ ଛୋଟ ଅଂଶ ପ୍ରଭାବିତ ହେବ। କୁଣ୍ଡଳାକାର ପରାଗରେ ଚନ୍ଦ୍ର ସୂର୍ୟ୍ୟଙ୍କ ମଝିରେ ରହି ସୂର୍ୟ୍ୟଙ୍କ କିରଣରକୁ ରୋକିଥାଏ। ପୂର୍ଣ୍ଣ ସୂର୍ୟ୍ୟ ପରାଗରେ ସୂର୍ୟ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳ ରେଖାରେ ରୁହନ୍ତି। ପୂର୍ଣ୍ଣ ସୂର୍ୟ୍ୟ ପରାଗରେ ପୃଥିବୀର ଗୋଟିଏ ଭାଗ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଏ ।