ନୂଆଦିଲ୍ଲୀ: ପାକିସ୍ତାନର ପାର୍ବତ୍ୟାଞ୍ଚଳର ବରଫ ଗ୍ଲେସିୟର ତରଳୁଛି । ଏହାକାୁ ନେଇ ହୁଞ୍ଜା ଜିଲ୍ଲାର ହସନବାଦର ବାସିନ୍ଦାମାନେ ଭୟଭୀତ ହୋଇପଡିଛନ୍ତି। କାରଣ ସ୍ଥିତି ଏହିପରି ଲାଗି ରହିଲେ, ଗତ ମାସ ଶେଷ ଆଡକୁ ବନ୍ୟା ଜଳ ସୀମା ଅତିକ୍ରମ କରି ଗ୍ରାମ ମଧ୍ୟରୁ ପ୍ରବେଶ କରିବ । ଗ୍ଲେସିୟରର ବଡ ବଡ ପଥର ଖଣ୍ଡ ମଧ୍ୟ ଜଳ ସ୍ରୋତରେ ଭାସି ଆସୁଛି ଓ ବାସଗୃହ ସମେତ ଜଳସେଚନ ଏବଂ ଜଳ ବିଦ୍ୟୁତ୍ ବ୍ୟବସ୍ଥା ନଷ୍ଟ କରିଛି। ସେହି ଅଂଚଳକୁ ସୁରକ୍ଷା ପାଇଁ ନିର୍ମିତ ପ୍ରାଚୀର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡିଛି।
ଉତ୍ତର ପାକିସ୍ତାନରେ ଥିବା ୨୪ଟି ଉପତ୍ୟକାରେ ଗ୍ଲେସିୟର ତରଳୁ ଥିବାରୁ ଏଥିରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ୩୭ ମିଲିଅନ ଡଲାର ବିନିମୟରେ ଏକ ପ୍ରକଳ୍ପ ନିର୍ମାଣ ହେଉଥିଲା । କିନ୍ତୁ କରୋନା ପାଇଁ ନିର୍ମାଣ ପ୍ରକ୍ରିୟାରେ ବିଳମ୍ବ ହୋଇଛି ।
previous post
