Uncategorized

ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା କରୋନା ସଂକ୍ରମଣ ୫.୫ ଲକ୍ଷ ହେବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଗମ୍ଭୀର ହେବାରେ ଲାଗିଛି । ଏପରି ସମୟରେ ଆଜି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀ‌ଷ ସିସୋଦିଆ ଆହୁରି ଭୟଙ୍କର ବୟାନ ଦେଇଛନ୍ତି । ମନୀଷ କହିଛନ୍ତି, ଚଳିତବର୍ଷ ଜୁଲାଇ ଶେଷ ସୁଦ୍ଧା ଦିଲ୍ଲୀରେ ପ୍ରାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫.୫ ଲକ୍ଷରେ ପହଞ୍ଚିଯିବ। ତେଣୁ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ପାଇଁ ୮୦ ହଜାର ବେଡ୍‌ର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଦିଲ୍ଳୀ ଡିଜାଷ୍ଟର୍‌ ମ୍ୟାନେଜ୍‌ମେଣ୍ଟ୍‌ ଅଥରିଟି(ଡିଡିଏମ୍‌ଏ) ସହ ଏକ ବୈଠକରେ ଆଲୋଚନା କରିବା ପରେ ସିସୋଦିଆ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରୀୟ ଅଧିକାରୀମାନଙ୍କ ପାଖରୁ ଜାଣିବାକୁ ମିଳିଛି କି ଦିଲ୍ଲୀରେ ଏଯାବତ୍‌ କରୋନା ଭାଇରସ୍‌କୁ ନେଇ କୌଣସି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ।
ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ସମୁଦାୟ ୨୯୯୪୩ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏବେ ସୁଦ୍ଧା ୮୭୪ ଜଣଙ୍କର ମୃତ୍ୟୁ ଘଟିଛି। ୧୧୩୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୭୭୧୨ କୋଭିଡ୍‌-୧୯ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। ଏହି ବୈଠକରେ ଲ୍ୟୁଟେନାଣ୍ଟ୍‌ ଗଭର୍ଣ୍ଣର ଅନୀଲ ବୈଜଲ୍‌ଅଧ୍ୟକ୍ଷତା କରିଥିବା ବେଳେ ଡିଡିଏମ୍‌ଏର ଅଧ୍ୟକ୍ଷ ଉପସ୍ଥିତ ଥିଲେ ।

Related posts

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ, ମେହବୁବାଙ୍କ ବୈଠକ

mahabharatanews

ଋଣ ପରିଶୋଧ ଅବଧି ୨ ବର୍ଷ ସ୍ଥଗିତ ରହିପାରେ

mahabharatanews

ଚୀନରୁ ଆସାମ ଆସିଲା ୫୦ ଜହାର ପିପିଇ କିଟ

mahabharatanews