ଭାରତ

ଆସିଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍

(ଭୁବନେଶ୍ୱର) : ଜାରି ହେଲା CISCE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଟାଇମ୍ ଟେବୁଲ୍ । କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏଗ୍ଜାମିନେଶନ (CISCE) ପକ୍ଷରୁ ଆଇସିଏସଇ (ଦଶମ) ଏବଂ ଆଇଏସସି(ଦ୍ୱାଦଶ) ବୋର୍ଡ ପରୀକ୍ଷା ୨୦୨୪ର ଡେଟସିଟ ତଥା ଟାଇମ ଟେବୁଲ ଜାରି କରାଯାଇଛି । ବୋର୍ଡର ଅଫିସିଆଲ ୱେବସାଇଟ cisce.org ରେ ଟାଇମ୍ ଟେବୁଲ୍ ଉବଲବ୍ଧ ରହିଛି ।

ସୂଚନାନୁଯାୟୀ , ଜାରି ହୋଇଥିବା ଟାଇମ୍ ଟେବୁଲ୍ ଦଶମ ଆଇସିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ୨୧ ତାରିଖରେ ହେବ । ପ୍ରଥମ ଦିନ ଇଂରାଜୀ ଭାଷା ପେପର ରହିଛି । ସେହିପରି ୨୦୨୪ ମାର୍ଚ୍ଚ ୨୮ ତାରିଖରେ କଳା ପେପର-୪ ସହ ସରିବ । ଆର୍ଟ ପେପର ସକାଳ ୯ଟା ରୁ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ପେପର ସବୁ ସକାଳ ୧୧ ଟାରେ ଆରମ୍ଭ ହେବ । ଆର୍ଟ ପେପରର ଅବଧି ୩ଘଣ୍ଟା ଥିବାବେଳେ ଅନ୍ୟ ପେପରର ଅବଧି ୨ଘଣ୍ଟା ରହିବ ।  ସେହିପରି ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୨ରୁ ଆରମ୍ଭ ହୋଇ ଅପ୍ରେଲ ୩ତାରିଖରେ ଶେଷ ହେବ । ସମସ୍ତ ପେପରର ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହେବ ।

Related posts

୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର

mahabharatanews

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

mahabharatanews

୨୪ ଘଣ୍ଟାରେ ୫,୪୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews