ଭାରତ

ଇରାନ-ଇସ୍ରାଏଲ  ଯୁଦ୍ଧ: ଉଭୟ ଦେଶକୁ ଶାନ୍ତି ପାଇଁ ନିବେଦନ କଲା ଭାରତ

(ଦିଲ୍ଲୀ) : ଇରାନ ଏବଂ ଇସ୍ରାଏଲ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବା ପରେ ଭାରତର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଭାରତ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରିଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଶତ୍ରୁତା ଯୋଗୁଁ ଆମେ ଗଭୀର ଭାବେ ଚିନ୍ତିତ । ଏହି ଯୁଦ୍ଧର ଅଞ୍ଚଳରେ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିଛି।

ସୂଚନାନୁଯାୟୀ,  ଆମେ ତୁରନ୍ତ ଡି-ଏସ୍କାଲେସନ୍, ସଂଯମତା ଏବଂ କୂଟନୈତିକ ପଥକୁ ଫେରିବା ପାଇଁ ଆହ୍ୱାନ କରୁଛୁ । ବୈଦେଶିକ ମନ୍ତ୍ରଣାଳୟ ଏହାର ବିବୃତ୍ତିରେ କହିଛି ଯେ ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ। ଏହି ଅଞ୍ଚଳରେ ଆମର ଦୂତାବାସ ଭାରତୀୟ ସମ୍ପ୍ରଦାୟ ସହିତ ଯୋଗାଯୋଗରେ ଅଛି । ଏହି ଅଞ୍ଚଳରେ ସୁରକ୍ଷା ଏବଂ ସ୍ଥିରତା ବଜାୟ ରଖିବା ଜରୁରୀ ଅଟେ। ନିର୍ବାଚନ ତାରିଖ ଇରାନ ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ରବିବାର ସକାଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ଇରାନ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍, ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ କ୍ରୁଜ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଇରାନର ଏହି ଆକ୍ରମଣ ପଶ୍ଚିମ ଏସିଆକୁ ଏକ ଆଞ୍ଚଳିକ ଯୁଦ୍ଧର ନିକଟତର କରିଛି।

Related posts

କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତି: ସିବିଆଇ ବୀରଭୂମ ହିଂସା ଯାଞ୍ଚ କରିବ ସିବିଆଇ, ଏପ୍ରିଲ ୭ସୁଦ୍ଧା ରିପୋର୍ଟ ଦାଖଲ ନିର୍ଦ୍ଦେଶ

mahabharatanews

ଆଜି ତେଜସ୍ଵୀଙ୍କୁ ପଚରାଉଚରା କରିବ ଇଡି 

mahabharatanews

କେଜ୍ରିୱାଲଙ୍କ ପାଇଁ ‘ଏପ୍ରିଲ ୭’ରେ ଉପବାସ 

mahabharatanews