ଭାରତ

ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ 

(ଦିଲ୍ଲୀ) : ଦିଲ୍ଲୀରେ ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ । ରାଜ୍ୟ ନେତା ଓ କେନ୍ଦ୍ରୀୟ ବିଜେପି ଟିମ୍ ମଧ୍ୟରେ ବୈଠକ ଦିଲ୍ଲୀରେ ଚାଲିଛି । ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍‌ ସିଂ ତୋମାରଙ୍କ ଘରେ ବୈଠକ ଜାରି ରହିଛି ।

ଗତକାଲି ବିଜେପି ମିଟିଂରେ ଉପସ୍ଥିତ ଥିବା ସାଂସଦ ଜୁଏଲ ଓରାମଙ୍କ ପ୍ରତିକ୍ରିୟା ରଖି କହିଥିଲେ ଯେ, ବୈଠକରେ ଅନେକ ବିଷୟରେ ଆଲୋଚନା କରାଯାଇଛି । ମେଣ୍ଟ ଆଲୋଚନା ହୋଇଥିଲା, ଏକା ଲଢ଼ିବୁ ବୋଲି ମତ ଦେଇଛୁ । ମେଣ୍ଟ ନେଇ କିଛି ଫାଇନାଲ ହୋଇନି ବୋଲି ଜୁଏଲ ଓରାମ କହିଛନ୍ତି । ଓଡ଼ିଶାରେ ବିଜେପି ଏକୁଟିଆ ଲଢ଼ିବାକୁ ମତ ଦେଇଛୁ, ତେବେ କେନ୍ଦ୍ରୀୟ କୋର କମିଟି ତଥା କେନ୍ଦ୍ରୀୟ ନେତୃତ୍ବ ଯାହା ନିଷ୍ପତ୍ତି ନେବ ବୋଲି ଶ୍ରୀ ଓରାମ କହିଛନ୍ତି। ବିଜେଡି-ବିଜେପି ମେଣ୍ଟ କେବଳ ଚର୍ଚ୍ଚା ହେଉଛି, କିନ୍ତୁ ଏ ସଂକ୍ରାନ୍ତରେ କେନ୍ଦ୍ରୀୟ ନେତୃତ୍ବ କୌଣସି ସୂଚନା ଦେଇନାହାନ୍ତି ।

Related posts

ଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସ

mahabharatanews

ସରିଲା ରାହୁଲଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୯୨୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews