ଭାରତ

ଶୁକ୍ରବାର ୨ ଜଣଙ୍କୁ ମାରିଥିଲା, ଆଜି ନିଜେ ମରିଗଲା, ଗୋଡାଇ ଗୋଡାଇ ଛାତିକୁ ଗୁଳି ମାରିଲା ପୋଲିସ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଉମେଶ ପାଲଙ୍କ ହତ୍ୟା ମାମଲାରେ ସଂପୃକ୍ତ ଥିବା ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ପ୍ରୟାଗରାଜ ପୋଲିସ । ଏହି ଅପରାଧୀର ନାମ ଅରବାଜ । ଆଜି ଦିନ ବେଳା ଏହି ଏନକାଉଣ୍ଟର ହୋଇଛି । ପ୍ରୟାଗରାଜ ପୋଲିସ, ଏସଓଜି ମିଳିତ ଭାବେ ଏହି ଶୁଟ୍ ଆଉଟ୍ କରିଛନ୍ତି । ଜାତୀୟ ସରବରାହ ଖବର ସଂସ୍ଥାରୁ ମିଳିଥିବା ସୁଚନା ଅନୁସାରେ ଅରବାଜର ଘର ପ୍ରୟାଗରାଜ ଅନ୍ତର୍ଗତ ସଲ୍ଲାପୁରରେ । ଧୁମଗଂଜ ପୋଲିସ ଷ୍ଟେସନ ଅଧୀନ ନେହେରୁ ପାର୍କ ପଛ ପଟେ ଥିବା ଏକ ଜଙ୍ଗଲିଆ ସ୍ଥାନରେ ଏହି ଶୁଟ୍ ଆଉଟ୍ ହୋଇଛି । ଅରବାଜର ଛାତି ଆଉ ଗୋଡରେ ଗୁଳି ବାଜିଛି । ଗୁଳି ମାଡ ପରେ ତାକୁ ତୁରନ୍ତ ମେଡିକାଲ ନିଆଯାଇ ଥିଲା, ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏହି ଏନକାଉଣ୍ଟରରେ ଜଣେ ପୋଲିସ କନେଷ୍ଟବଳ ବି ଆହତ ହୋଇଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ ଗତ ଶୁକ୍ରବାର ତାଙ୍କୁ ବିଚ୍ ବଜାରରେ ଗୁଳିମାଡ ହୋଇଥିଲା । ଏକାଧିକ ଗୁଳିମାଡରେ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଏପରି ଲୋମ ଟାଙ୍କୁରା ଓ ଆତଙ୍କିତ କରିବାଭଳି ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହୋଇଥିଲା । ଏହି ଘଟଣାରେ ୪ରୁ ୫ ଜଣ ଆତତାୟୀ ବାଇକରେ ଆସି ଉମେଶୁଙ୍କୁ ଗୁଳି ମାଡ କରି ଫେରାର ହୋଇଯାଇଥିଲେ । ଉମେଶଙ୍କ ସହିତ ତାଙ୍କ ପୋଲିସ ସୁରକ୍ଷା କର୍ମୀ ସନ୍ଦୀପ ନିଶାଦ ଥିଲେ ବି ତାଙ୍କୁ ବି ଗୁଳି ମାରି ହତ୍ୟା କରିଥିଲେ ଆତତାୟୀ । ଏକାଧିକ ଗୁଳିମାଡ ଓ ବୋମା ମାଡରେ ସ୍ଥାନୀୟ ଅଂଚଳ ଥରି ଯାଇଥିଲା । ଏ ସବୁ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ରାଜୁ ପାଲ ବହୁଜନ ସମାଜବାଦି ପାର୍ଟର ବିଧାୟକ ଥିଲେ । ୨୦୦୫ରେ ତାଙ୍କୁ ହତ୍ୟା କରାଯାଇଥିଲା । ଆଉ ଏହି ଘଟଣାର ମୁଖ୍ୟ ତଥା ପ୍ରମୁଖ ସାକ୍ଷୀ ଥିଲେ ଉମେଶ ପାଲ ।

ଏହି ହତ୍ୟାକାଣ୍ଡରେ ମୋଟ ୨ ଜଣ ପ୍ରାଣ ହରାଇଥିଲେ ଓ ଜଣେ ଆହତ ହୋଇଥିଲା । ପ୍ରୟାଗରାଜ ପୋଲିସ ୧୦ଟି ସ୍ପେଶାଲ ଟାସ୍କ ଫୋର୍ସ ଟିମ୍ ଗଠନ କରି ହତ୍ୟାରେ ସଂପୃକ୍ତ ସମସ୍ତ ଅପରାଧୀଙ୍କୁ ଦିନ ରାତି ଏକ କରି ଖୋଜିବାରେ ଲାଗିଛି । ପୂର୍ବତନ ବିଧାୟକ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବା ଷଡଯନ୍ତ୍ରକାରୀ ପୂର୍ବତନ ସାଂସଦ ଅତିଫ ଅହମ୍ମଦ ଆଉ ତାଙ୍କ ପୁଅ ।

Related posts

ସୁରକ୍ଷା ତ୍ରୁଟି ପ୍ରସଙ୍ଗ: ତଦନ୍ତ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

mahabharatanews

ଔଷଧ କାରଖାନାରେ ସିରିଜ୍‌ ବିସ୍ଫୋରଣ , ୭ ମୃତ

mahabharatanews

ଅଲଗା ହେଲେ ହାର୍ଦ୍ଦିକ-ନତାଶା

mahabharatanews

Leave a Comment