ଶିଳାସ୍ମିତା ରାୟ/ ଇସଲାମବାଦ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାଁ ରବିବାର ଦିନ ନାନକାନା ସାହିବ ଗୁରୁଦ୍ୱାରା ଭଙ୍ଗାରୁଜା ଘଟଣାର ନିନ୍ଦା କରି କହିଛନ୍ତି, ଏହି ଆକ୍ରମଣ ତାଙ୍କ ନୀତି ବହିର୍ଭୂତ । ସେ ଆହୁରି କହିଛନ୍ତି, ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ସେମାନଙ୍କୁ ସରକାର ବା ପୁଲିସ କେହି ରକ୍ଷା କରି ପାରିବେ ନାହିଁ ।
ଏହି ନିନ୍ଦା ଅବସରରେ ଖାଁ ଭାରତରେ ମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣ ପ୍ରସଙ୍ଗ ଉପରେ ଆଲେଚନା କରିବାକୁ ପଛାଇ ନାହାନ୍ତି । ଖାଁ କହିଛନ୍ତି, ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଭାରତରେ ମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣ ମଧ୍ୟରେ ଆକାଶ ପାତାଳ ଫରକ ରହିଛି । ସେ ଟୁଇଟକରି ନାନକାନା ସାହିବ ଗୁରୁଦ୍ୱାରା ଉପରେ ହୋଇଥିବା ଆକ୍ରମଣରେ ସଂପୃକ୍ତ ଆକ୍ରମଣକାରୀଙ୍କ ପ୍ରତି କୌଣସି କୋହଳ ମନୋଭାବ ପୋଷଣ କରାଯିବ ନାହିଁ । ଆକ୍ରମଣକାରୀଙ୍କୁ ପୁଲିସ ପ୍ରଶାସନ, ସରକାର, ଆଇନଗତ ସୁରକ୍ଷା ଦିଆଯିବ ନାହିଁ । କିନ୍ତୁ ମୋଦିଙ୍କ ଆରଏସଏସ ଦୃଷ୍ଟିକୋଣ ଭାରତରେ ଅଳ୍ପ ସଂଖ୍ୟକଙ୍କ ଦମନ ଚଳାଇଛି । ମୁସଲମାନଙ୍କ ଉପରେ ନିର୍ଯାତନା ଚାଲିଛି । ସେଠାରେ ଭିଡ ହିଂସାର ଶିକାର ହେଉଛନ୍ତି ମୁସଲମାନ ।
ବାଙ୍ଗଲାଦେଶର ଏକ ଭିଡିଓ ସେୟାର କରି ଖାଁ ଏହାକୁ ଉତ୍ତର ପ୍ରଦେଶରେ ମୁସଲମାନଙ୍କ ପ୍ରତି ହେଊଥିବା ଆକ୍ରମଣ ବୋଲି ଉଲ୍ଲେଖ କରିବା ସହ ବିଶ୍ୱ ସମୁହର ଦୃଷ୍ଟି ଅ।।କର୍ଷଣ କରିଥିଲେ । ଏହି ଘଟଣାର ଦୁଇ ଦିନ ପରେ ବିଶ୍ୱ ବ୍ୟାପୀ ସମାଲୋଚନା କରାଯିବା ପରେ ଇମରାନ ଏହି ବିବୃତି ପ୍ରଦାନ କରିଛନ୍ତି ।
previous post
next post