ମନୋରଞ୍ଜନ

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଆମୀରଙ୍କ ଭଣଜା

(ମୁମ୍ବାଇ) : ଆମୀର ଖାନ୍‌ଙ୍କ ଭଣଜା ଇମ୍ରାନ ଖାନ୍‌ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଗତ କିଛି ମାସ ହେବ ଇମ୍ରାନ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଯେ ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କଠାରୁ ଅଲଗା ହୋଇ ସାରିଛନ୍ତି। ଏବେ ସେ ସାଉଥ ଅଭିନେତ୍ରୀ ଲେଖା ୱାସିଂଟନକୁ ଡେଟ୍ କରିବା ଆରମ୍ଭ କରିଛନ୍ତି।

ସୂଚନାନୁଯାୟୀ , ଡେଟିଂ ଚର୍ଚ୍ଚା ଆରମ୍ଭ ହେବା ପରେ ଦୁହେଁ ନିଜ ନିଜର ଜୀବନସାଥୀଙ୍କୁ ଧୋକା ଦେଇ ପରସ୍ପରର ନିକଟତର ହୋଇଥିଲେ ବୋଲି ଅନେକ ଦିନ ହେଲାଣି ଚର୍ଚ୍ଚା ହୋଇଆସୁଛି। ଇମ୍ରାନ ଓ ଅବନ୍ତିକାଙ୍କ ସମ୍ପର୍କ ଭାଙ୍ଗିବା ପଛରେ ଲେଖାଙ୍କ ହାତ ଥିବା ନେଇ ଅନେକ ଦାବି କରୁଥିବା ବେଳେ ଏବେ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଇମ୍ରାନ୍। ସେ କହିଛନ୍ତି ଯେ, ଅନେକ ସମୟ ଧରି ମୁଁ ନିଜକୁ ଲାଇମଲାଇଟରୁ ଦୂରେଇ ରଖିଥିଲି। ମୋ ଅନୁପସ୍ଥିତିରେ ଲୋକେ ମୋ ବିଷୟରେ ଅନେକ ମିଥ୍ୟା ପ୍ରଚାର କରିଛନ୍ତି। ଲେଖା ୱାସିଂଟନଙ୍କ ସହ ମୋର ପ୍ରେମ ସମ୍ପର୍କ ଥିବା ଖବର ସତ।

Related posts

ଟାଇଗରଙ୍କ ଫିଲ୍ମ ‘ଗଣପତ’ର ଟିଜର ରିଲିଜ

mahabharatanews

ରିଲିଜ ହେଲା ଶେହନାଜ ଗିଲଙ୍କ ଗୀତ ‘ୟାର କା ସତାୟା ହୁଆ’

mahabharatanews

ମା ହେଲେ ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର

mahabharatanews