ବିଶ୍ୱ

ଇମ୍ରାନ ଖାନଙ୍କ ପତ୍ନୀଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ

(ପାକିସ୍ତାନ): ତୋସାଖାନା ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କୁ ୧୪ବର୍ଷ ଜେଲ୍ ଦଣ୍ତାଦେଶ ହୋଇଛି । ଏହି ରାୟ ଘୋଷଣା କରି ପାକିସ୍ତାନର ଉତ୍ତରଦାୟିତ୍ୱ ଅଦାଲତର ବିଚାରପତି ମହମ୍ମଦ ବଶୀର ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୦ ବର୍ଷ ପାଇଁ ନିର୍ବାଚନ ଲଢିବା ପାଇଁ ଅଯୋଗ୍ୟ ଘୋଷଣା କରିଥିବାବେଳେ ଏହି ଦମ୍ପତିଙ୍କ ଉପରେ ୭୮.୭ ଟଙ୍କା ଜରିମାନା ଲାଗୁ କରାଯାଇଛି । ଫେବୃଆରୀ ୮ ସାଧାରଣ ନିର୍ବାଚନର ଆଠ ଦିନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାନୁଯାୟୀ , ତୋଶାଖାନା ମାମଲାରେ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟଙ୍କ ପତ୍ନୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ବୁଶ୍ରା ବିବି ଆଜି କୋର୍ଟରେ ହାଜର ହୋଇନଥିଲେ । ଗତ ମାସରେ ପାକିସ୍ତାନର ନ୍ୟାସନାଲ ଆକାଉଣ୍ଟାବିଲିଟି ବ୍ୟୁରୋ (ନାବ) ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶ୍ରା ବିବିଙ୍କ ବିରୋଧରେ ସାଉଦି କ୍ରାଉନ ପ୍ରିନ୍ସଙ୍କଠାରୁ ମିଳିଥିବା ଏକ ଅଳଙ୍କାର ସେଟକୁ ରଖିବା ପାଇଁ ଉତ୍ତରଦାୟୀ କୋର୍ଟରେ ଏକ ନୂତନ ଅଭିଯୋଗ ଦାଖଲ କରିଥିଲା। ।

Related posts

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

mahabharatanews

ସୁଡାନୀ ସେନା ଏବଂ ପାରାମିଲିଟାରୀ ମଧ୍ୟରେ ସଂଘର୍ଷ, ଭୟଙ୍କର ଗୁଳି ବିନିମୟ

mahabharatanews

ଖରାପ ପାଗ ଯୋଗୁ ସ୍ଥଗିତ ହେଲା ନାସାର ମିଶନ ମଙ୍ଗଳ

mahabharatanews