ବହୁ ବାଦ ବିବାଦ ପରେ ନିର୍ମାଣ ଧିନ ଅଯୋଧ୍ୟା ରାମ ମନ୍ଦିର । ଏବେ ତାରଳ ନିର୍ମାଣ କାର୍ଯ୍ୟ ଶେେ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏହାରି ଭିତରେ ଉତ୍ତରପ୍ରଦେଶର ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁରେସ ଖାନ୍ନାଙ୍କ ଏକ ଟୁଇଟ ସାମ୍ନାକୁ ଆସିଛି । ଆଜି ରାମମନ୍ଦିର କମିଟିର ଦୁଇଦିନିଆ ବୈଠକ ଆରମ୍ଭ ହୋଇଛି । ଏହି ବୈଠକର ନିସ୍ପତି ଅନୁସାରେ ୨୦୨୪ଜାନୁଆରି ୨୨ତାରୀଖରେ ରାମ ମନ୍ଦିର ଗର୍ଭଗୃହରେ ପ୍ରତିଷ୍ଠା ହୋବ ରାମଙ୍କ ବିଗ୍ରହ । ଏଥବରେ ଉଭୟ ପୁରୁନା ଓ ନୂଆ ରାମଲାଲାଙ୍କ ବିଗ୍ରହ ସ୍ତାପନ ହେବା ପାଇଁ ଯୋଜନା ହୋଇଥିବା କୁହାଯାଉଛି । ୨୦୨୪ ଜାନୁଆରି ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରଗର୍ଭଗୃହରେ ରାମଲଲାଙ୍କ ବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବ। ଗର୍ଭଗୃହ କୁ ଏପରି ଭାବେ ନିର୍ମାଣ କରାଯାଉଛି ଯେ ଉଦିତ ସୂର୍ୟ୍ୟଙ୍କ କିରଣ ଠିକ ରାମଲଲାଙ୍କ କପାଳରେ ପଡ଼ିବ । ଏପରିକି ରାମନମୀ ଦିନ ସୂର୍ୟ୍ୟଙ୍କ କିରଣ ୫ ମିନିଟ୍ ପର୍ୟ୍ୟନ୍ତ ରାମଲାଲାଙ୍କ କପାଳରେ ରହିବ। ଏହାକୁ ସୂର୍ୟ୍ୟ ତିଲକ କୁହାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଜାନୁଆରି ତୃତୀୟ ସପ୍ତାହରେ ଅଯୋଧ୍ୟାରେ ନିର୍ମାଣାଧୀନ ମନ୍ଦିରରେ ଭଗବାନ ରାମଲଲାଙ୍କ ପ୍ରତିମୂର୍ତ୍ତିକୁ ମୂଳ ସ୍ଥାନରେ ସ୍ଥାପନ କରିବେ।
