ଓଡିଶାସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ; ୨୫୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି । କରୋନା ସଂକ୍ରମଣ ୨ ଶହ ଉପରେ ରହିଛି। ଗତକାଲି ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୩୨ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ରାଜ୍ୟର ୨୪ଟି ଜିଲ୍ଲାରୁ ୨୫୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫ ଜଣ ଚିହ୍ନଟ ହୋଇଛନ୍ତି।


ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୨, ବରଗଡ଼ ଜିଲ୍ଲାରୁ ୩, ଭଦ୍ରକରୁ ୩, ବଲାଙ୍ଗୀରରୁ ୧୧ ଜଣ, କଟକରୁ ୨୭ ଜଣ, ଦେବଗଡ଼ରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧, ଖୋର୍ଦ୍ଧା ଜିଲ୍ଲାରୁ ୫୫, କୋରାପୁଟରୁ ୪, ମୟୂରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୧୫ ଜଣ, ନୟାଗଡ଼ ଜିଲ୍ଲାରୁ ୧୨ ଜଣ, ନୂଆପଡ଼ାରୁ ୯, ପୁରୀରୁ ୮ ଜଣ, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩୦ ଜଣ ଓ ଷ୍ଟେଟପୁଲରୁ ୧୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

 

 

 

Related posts

ଗୁମ୍ମା ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୫

mahabharatanews

 ଆଜି ବି ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ

mahabharatanews

କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟସ୍ଥାନରେ ଖୋଲିବ ଧର୍ମାନୁଷ୍ଠାନ: ହାଇକୋର୍ଟ

mahabharatanews