ଭାରତ

ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦଘାଟନ କଲେ ରାଷ୍ଟ୍ରପତି 

(ଦିଲ୍ଲୀ) : ଉଦ୍‌ଘାଟନ ହେଲା ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ଉଦଘାଟନ କରିଛନ୍ତି । ଭାରତୀୟ ନୌସେନାର ‘ପ୍ରୋଜେକ୍ଟ ୧୭ ଆଲଫା’ ଅଧୀନରେ ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଜଳାବତରଣ ହୋଇଛି। ପୂର୍ବରୁ ଆଇଏନ୍‌ଏସ୍‌ ନିଳଗିରି, ଉଦୟଗିରି, ହମିଗିରି, ତାରାଗିରି ଏବଂ ଦୁନାଗିରି ଭଳି ଏହି ଅତ୍ୟାଧୁନିକ ଯୁଦ୍ଧପୋତର ନାଁ ରହିଛି ଆଇଏନ୍‌ଏସ୍‌ ବିନ୍ଧ୍ୟଗିରି।

ସୂଚନାନୁଯାୟୀ , ଉକ୍ତ ପ୍ରୋଜେକ୍ଟ ଅଧୀନରେ ମୋଟ୍‌ ୭ଟି ଯୁଦ୍ଧପୋତ ନିର୍ମାଣ କରାଯାଇଛି। ଏଥିମଧ୍ୟରୁ ୫ଟି ପୂର୍ବରୁ ଲୋକାର୍ପିତ ହୋଇସାରିଛି। ନୂଆ ବିନ୍ଧ୍ୟଗିରି ଯୁଦ୍ଧପୋତକୁ ଆଜି କୋଲକାତାର ‘ଗାର୍ଡେନ ରିଚ୍‌ ସିପ୍‌ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଲିମିଟେଡ୍‌’‌ରେ ଉଦ୍‌ଘାଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ଥିଲେ।

Related posts

ନୂଆ ରେକର୍ଡ ସୃଷ୍ଟି କଲା ଉତ୍ତରପ୍ରଦେଶ

mahabharatanews

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

mahabharatanews

କମିବ କି ପାର୍ଲେ ଜି ବିସ୍କୁଟର ଦର

mahabharatanews