ନୂଆଦିଲ୍ଲୀ: ଦିଲ୍ଲୀରୁ ଦୋହା ଅଭିମୁଖେ ଯାଉଥିବା କତାର୍ ଏୟାର୍ୱେଜ୍ରେ ବୈଷୟିକ ତ୍ରୁଟି ଦେଖା ଦେଇଛି । ଗୋଟାଏ ବିମାନର ମାଲ୍ପତ୍ର ଥିବା ପ୍ରକୋଷ୍ଠରେ ଧୂଆଁ ଉଠିବାରୁ ଗତିପଥ ପରିବର୍ତ୍ତନ କରି ତାହାକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରାଯାଇଥିବା ସୂଚନା ମିଳିଛି । ଉକ୍ତ ବିମାନ (କ୍ୟୁଆର୍୫୭୯)ରେ ୧୦୦ରୁ ଉର୍ଧ୍ଵ ଯାତ୍ରୀ ଥିଲେ। ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଆଉ ଗୋଟାଏ ବିମାନ ବ୍ୟବସ୍ଥା କରାଯାଉଥିବା ବେଳେ ଏହି ଘଟଣା ବିଷୟରେ ତଦନ୍ତ ଚାଲିଛି । ଏବଂ ଯାତ୍ରୀମାନଙ୍କୁ ଦୋହା ନେଇ ଯିବା ଲାଗି ଗୋଟାଏ ରିଲିଫ୍ ବିମାନର ବ୍ୟବସ୍ଥା କରାଯାଉଛି। ସୂଚନାଯୋଗ୍ୟ, ଦିଲ୍ଲୀରୁ ଆଜି ପାହାନ୍ତା ୩.୫୦ରେ ଉଡ଼ାଣ ଆରମ୍ଭ କରିଥିବା ବିମାନଟି ଭୋର୍ ୫.୩୦ରେ କରାଚୀରେ ଅବତରଣ କରିଥିଲା।
previous post
