ଭାରତ

ବନ୍ୟାରେ ଫସିରହିଥିବା ପରିବାରକୁ  ଉଦ୍ଧାର କଲେ ମୁଖ୍ୟମନ୍ତ୍ରୀ 

(ପଞ୍ଜାବ) : ଲଗାତର ବର୍ଷା ହେତୁ ଗୋଟିଏ ପଟେ ଉତ୍ତରାଖଣ୍ଡ ଏବଂ ହିମାଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆହରି ଭିତରେ  ହୋସିଆର୍‌ପୁର ନିକଟରେ ଥିବା ବନ୍ୟାପ୍ଳାବିତ ଆବାସିକ ଅଞ୍ଚଳରେ ଗୋଟାଏ ବାସଭବନର ଛାତ ଉପରେ ଫସି ରହିଥିବା ପରିବାରର ସଦସ୍ୟମାନଙ୍କୁ ଗୁରବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ୍‌ ମାନ୍‌ ଉଦ୍ଧାର କରିଥିବା ଫୋଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନାନୁଯାୟୀ , ମୁଖ୍ୟମନ୍ତ୍ରୀ ମାନ ବନ୍ୟା ପରିସ୍ଥିତି ସର୍ବେକ୍ଷଣ କରୁଥିବା ବେଳେ ଗୋଟାଏ ଅଧା ବୁଡ଼ା ବାସଭବନର ଛାତ ଉପରେ ଉକ୍ତ ପରିବାରର ସଦସ୍ୟମାନେ ବସିଥିବା ଦେଖିଥିଲେ। ରବର ବୋଟ୍‌ରେ ବସି ବନ୍ୟାଞ୍ଚଳ ସର୍ବେକ୍ଷଣ କରୁଥିବା ମୁଖ୍ୟମନ୍ତ୍ରୀ ମାନ୍‌ ସେଆଡ଼କୁ ବୋଟ୍‌ ନେଇଯିବାକୁ ଉଦ୍ଧାରକାରୀମାନ‌ଙ୍କୁ ନିର୍ଦେଶ ଦେଲେ। ତା’ପରେ ଛାତ ଉପରୁ ସେ ପରିବାରର ସଦସ୍ୟମାନଙ୍କୁ ଓହ୍ଲାଇ ଆଣି ନିଜେ ବସିଥିବା ବୋଟ୍‌ରେ ବସାଇଲେ। ଭାକ୍ରା ଓ ପୋଙ୍ଗ୍‌ ଜଳଭଣ୍ଡାକୁ ପ୍ରବେଶ କରିଥିବା ମାତ୍ରାଧିକ ଜଳ ନିଷ୍କାସନ କରାଯିବାରୁ ଉପରୋକ୍ତ ୩ ଜିଲ୍ଲାର ବହୁଳାଂଶ ଜଳମଗ୍ନ ହୋଇଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

 

Related posts

ଭାରତରେ ୧୪୮ନୂଆ କରୋନା ମାମଲା ଚିହ୍ନଟ 

mahabharatanews

ମଣିପୁର ହିଂସା: ଦେଇପାରନ୍ତି  ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଇସ୍ତଫା

mahabharatanews

ପଦ ପକ୍କା କଲେ ପ୍ରମୋଦ,ବ୍ରାଜିଲ ଯୋଡିକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରମୋଦ

mahabharatanews