ଭାରତ

ସେମି କ୍ରାୟୋଜେନିକ୍ ରକେଟ୍ ଅଗ୍ନିବାଣର ସଫଳ ପରୀକ୍ଷଣ

(ଚେନ୍ନାଇ) : ଭାରତୀୟ ମହାକାଶ ଅଭିଯାନ ପାଇଁ ଗତକାଲି ଏକ ଐତିହାସିକ ଦିନ । ଚେନ୍ନାଇସ୍ଥିତ ମହାକାଶ ଷ୍ଟାର୍ଟଅପ୍ ଅଗ୍ନିକୁଳ କସ୍ମୋସ୍ ଶ୍ରୀହରିକୋଟାସ୍ଥିତ ଏହାର ଲଂଚପ୍ୟାଡରୁ ନିଜର ଥ୍ରୀଡି ପ୍ରିଂଟେଡ୍ ସେମି କ୍ରାୟୋଜେନିକ୍ ରକେଟ୍ ‘ଅଗ୍ନିବାଣ’ର ସଫଳ ପରୀକ୍ଷଣ କରିଛି । ୪ ଥର ବିଫଳ ହେବା ପରେ ଗୁରୁବାର ବିନା ଲାଇଭ୍ ଷ୍ଟ୍ରିମିଂରେ ପରୀକ୍ଷା କରାଯାଇଥିଲା । ଏହି ସମୟରେ ଇସ୍ରୋର ସତୀଶ ଧୱନ ମହାକାଶ କେନ୍ଦ୍ରରେ ଥିବା ଶ୍ରୀହରିକୋଟା ଲଂଚ ପ୍ୟାଡରେ ବହୁତ କମ୍ ଲୋକ ଉପସ୍ଥିତ ଥିଲେ । ଏହି ସମୟରେ ଇସ୍ରୋ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି । ଏହା ଏକ ବଡ଼ ସଫଳତା କାରଣ ଆଡିଟିଭ୍ ଉତ୍ପାଦନ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ସେମି-କ୍ରାୟୋଜେନିକ୍ ତରଳ ଇଞ୍ଜିନର ନିୟନ୍ତ୍ରିତ ପରୀକ୍ଷଣ ସମ୍ଭବ ।

Related posts

ଗଗନୟାନ ମିଶନରେ ଓଡ଼ିଶାର ଅବଦାନ 

mahabharatanews

ଚନ୍ଦ୍ରକୁ ଆଉ ମାତ୍ର ୧୫୭ କିମି

mahabharatanews

ରଥଯାତ୍ରାରେ ରଥ ଉପରେ ଚଢିବାକୁ ଏମାନଙ୍କୁ ମନା ।

mahabharatanews