Uncategorized

ଦେଶରେ ଦିନକରେ ୬୮ ହଜାର ୮୯୮ ନୁଆ ଆକ୍ରାନ୍ତ

(ନୁଆଦିଲ୍ଲୀ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୬୮ ହଜାର ୮୯୮ ଜଣ ନୁଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୨୯ ଲକ୍ଷ ୫ ହଜାର ୮୨୪କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ୯୮୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏବେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୪ ହଜାର ୮୪୯ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୨୧ ହଜାର ୩୫୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତାମିଲନାଡୁରେ ୬୧୩୯, କର୍ଣ୍ଣାଟକ ୪୪୨୯ ଓ ଦିଲ୍ଲୀରେ ୪୨୫୭ ଜଣ କରୋନରେ ପ୍ରାଣ ହରାଇଛନ୍ତି । ତେବେ ଦେଶରେ ଏବେ ୬ ଲକ୍ଷ ୯୨ ହଜାର ୨୮ଟି ଆକ୍ଟିଭ କେସ ରହିଛି । ସେହିପରି ସମୁଦାୟ ୨୧ ଲକ୍ଷ ୫୮ ହଜାର ୯୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Related posts

ଛତିଶଗଡ ତ୍ରିପଲ୍ ମର୍ଡର ମାମଲା ଅଭିଯୁକ୍ତଙ୍କ ସଜା ବଦଳାଇଲେ ସୁପ୍ରିମକୋର୍ଟ

mahabharatanews

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟା

mahabharatanews

ତାହିର ହୁସେନଙ୍କ ନାଁରେ ଇଡିର ମାମଲା

mahabharatanews