(ନୂଆଦିଲ୍ଲୀ): ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ୬୦ ହଜାର ୯୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୪୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪କୁ ବୃଦ୍ଧି ପାଇଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୪୬୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୬୬୧୪, ଦିଲ୍ଲୀରେ ୪୩୧୩, କର୍ଣ୍ଣାଟକରେ ୪୮୧୦ ଜଣଙ୍କ କରୋନାରେ ଜୀବନ ଯାଇଛି । ଅନ୍ୟପଟେ ଦେଶରେ ଏଯାଏ ୨୪ ଲକ୍ଷ ୦୪ ହଜାର ୫୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ବର୍ତ୍ତମାନ ୭ ଲକ୍ଷ ୦୪ ହଜାର ୩୪୮ ଆକ୍ଟିଭ୍ କେସ୍ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
previous post
next post