Uncategorized

ଭାରତ ପାଇଲା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ସ୍ଥାନ

ନୁଆଦିଲ୍ଲୀ: ନୂଆ ବର୍ଷ ଭାରତ ପାଇଁ ଆଣି ଦେଇଛି ସମ୍ଭାବନା । ବର୍ଷର ପ୍ରଥମ ଦିନରେ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟ ହୋଇଛି । ଆସନ୍ତା ଦୁଇ ବର୍ଷ ପାଇଁ ଏହି ସଦସ୍ୟତା ଜାରି ରହିବ । ଭାରତକୁ ସଦସ୍ୟତା ମିଳିବା ପରେ ବିଭିନ୍ନ ଦେଶ ଆଶାବାଦୀ ହୋଇଛନ୍ତି । ଜାତିସଂଘରେ ଚୀନରୁ ପ୍ରାଦୁର୍ଭାବ ରୋକିବାରେ ଭାରତ ସକ୍ଷମ ହେବ ବୋଲି ବିଭିନ୍ନ ଦେଶ ଆଶାବାନ୍ଧି ବସିଛନ୍ତି । ୟୁଏନଏସସିରେ ଚୀନ ପାକିସ୍ତାନକୁ ସମର୍ଥନ କରି କାଶ୍ମୀର ପ୍ରସଙ୍ଗ ଉପସ୍ଥାପନ କରୁଥିବା ବେଳେ ଭାରତକୁ ଅସ୍ଥାୟୀ ସଦସ୍ୟ ମିଳିବା ଏକ ବଡ ଉପଲବ୍ଧି ବୋଲି କୁହାଯାଇଛି । ତେବେ ୨୦୨୦ରେ ଏଲଏସିରେ ଭାରତ ଯେଉଁଭଳି ଭାବରେ ଚୀନର ମୁକାବିଲା କରିଥିଲା ଏହାକୁ ନେଇ ଚୀନ ବିରୋଧୀ ଲଢେଇରେ ଭାରତ ମୁଖ୍ୟ କର୍ଣ୍ଣଧାର ରହିବ ବୋଲି ଅନ୍ୟ ଦେଶ ମାନେ ଆଶା ପୋଷଣ କରିଛନ୍ତି ।

ମିଳିତ ଜାତିସଂଘରେ ଚୀନର ପତିଆରା ଦିନକୁ ଦିନ ବୃଦ୍ଧି ପାଉଛି । ଚୀନ ମଧ୍ୟ ଜାତିସଂଘ ବାର୍ଷିକ ବଜେଟକୁ ରାଶି ବଢାଇଦେଇଛି । ଜାତିସଂଘର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଚୀନ ଅଧିକାରୀ ରହିଛନ୍ତି । ଏପରି ସ୍ଥଳେ ଭାରତକୁ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟତା ମିଳିବା ଏକ ବଡ ଉପଲବ୍ଧି ବୋଲି ଆକଳନ କରାଯାଉଛି । ଏହି ସୁଯୋଗରୁ ଭାରତକୁ ଫାଇଦା ଉଠାଇବାକୁ ପଡିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।

Related posts

ଉତ୍ତର ଭାରତରେ ଶୀତ ପ୍ରକୋପ: ୪୦ ଜଣଙ୍କ ମୃତ୍ୟୁ

mahabharatanews

ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

mahabharatanews

ଚକଟା ଅଟାକୁ ଫ୍ରିଜରେ ରଖୁଥିଲେ ଧ୍ୟାନ ଦିଅନ୍ତୁ ଏହି ତିନୋଟି ତଥ୍ୟ ଉପରେ

mahabharatanews

Leave a Comment