Uncategorized

ଭାରତକୁ ମିଳିଲା ଦୁଇ ଏମଏଚ-୬୦ ହେଲିକପ୍ଟର

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଆଉ ଟିକିଏ ମଜବୁତ କରିବାକୁ ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତ ନୌସେନାକୁ ହସ୍ତାନ୍ତର କରିଛି। ଏହି ହେଲିକପ୍ଟର ଏକାଧିକ କାର୍ଯ୍ୟ କରିବାର କ୍ଷମତା ରଖିଛି। ଭାରତ ଏହି ହେଲିକପ୍ଟର ଆମେରିକା ସରକାର ଠାରୁ କିଣିବାକୁ ଚୁକ୍ତି କରିଛି। ଏହାକୁ ଲକହିଡ ମାର୍ଟିନ ନାମକ କମ୍ପାନୀ ତିଆରି କରିଛି। ମୋଟ୍ ୨୪ଟି ହେଲିକପ୍ଟର ପାଇଁ ୨୦ ଅରବ ଡଲାର ଭାରତ ଦେବ ।
ଶୁକ୍ରବାର ସାନ ଡିଏଗୋର ନାଭାଲ ଏୟାର ବେସ ନର୍ଥ ଆଇସଲ୍ୟାଣ୍ଡରେ ଆମେରିକା ଏହି ଦୁଇ ହେଲିକପ୍ଟରକୁ ଭାରତକୁ ହସ୍ତାନ୍ତର କରିଛି। ହେଲିକପ୍ଟ ହସ୍ତାନ୍ତର ଅବସରରେ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂହ ସଂଘୁ ଉପସ୍ଥିତ ଥିଲେ। ସଂଘୁ ଟ୍ୱିଟ୍ କରିବା ଏସମ୍ପର୍କରେ ଜଣାଇଛନ୍ତି । ଏହି ହେଲିକପ୍ଟର ଭାରତୀୟ ନୌସେନାରେ ସାମିଲ୍ ହେବା ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ସେ କହିଛନ୍ତି। ମୋଟ୍ ୨୪ଟି ହେଲିକପ୍ଟର ପାଇଁ ୨୦ ଅରବ ଡଲାରର ଚୁକ୍ତି ହୋଇଛି।
ଏହା ଆଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଛି। ପାଣିପାଗର ପ୍ରଭାବ ଏହା ଉପରେ ପଡିବ ନାହିଁ । ଏହି ହେଲିକପ୍ଟର ଭାରତୀୟ ନୌସେନାର ତିନୋଟି ଡାଇମେନ୍ସନାଲ କ୍ଷମତାକୁ ବଢ଼ାଇବ। ଏଥିରେ ବହୁ ସ୍ୱତନ୍ତ୍ର ଅସ୍ତ୍ରଶସ୍ତ୍ର ଓ ଉପକରଣ ଖଚ୍ଚିତ ରହିଛି । ଏହାକୁ ଚଳାଇବାକୁ ଭାରତୀୟ ପାଇଲଟ ଆମେରିକାରେ ତାଲିମ ନେଉଛନ୍ତି । ପରେ ଅନ୍ୟ ପାଇଲଟଙ୍କୁ ତାଲିମ ଦିଆଯିବ । ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ ଦେଶର ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ଭାରତ-ଆମେରିକା ମଧ୍ୟରେ ଚୁକ୍ତି ହୋଇଥିଲା।

 

Related posts

ଇସ୍ତଫା ଦାବି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

mahabharatanews

ଆତଙ୍କବାଦୀ ସଂଗଠନର ୪୬୦ କୋଟି ଟଙ୍କା ଅବରୋଧ କଲା ଆମେରିକା

mahabharatanews

ହଂକଂ ପ୍ରସଙ୍ଗ: ଚୀନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକାରେ ବିଧେୟକକୁ ମଞ୍ଜୁରୀ

mahabharatanews