Uncategorized

ଭାରତ ନେପାଳରେ ୫୬ ହାଇସ୍କୁଲ ପୁନଃନିର୍ମାଣ କରିବ

 କାଠମାଣ୍ଡୁ: ଭାରତ ନେପାଳର ୭ଟି ଜିଲ୍ଲାରେ ୫୬ଟି ହାଇସ୍କୁଲ ପୁନଃନିର୍ମାଣ କରିବାକୁ ଯାଉଛି । ହିମାଳୟାନ ରାଷ୍ଟ୍ରରେ ହୋଇଥିବା ଭୂମିକମ୍ପ ପରବର୍ତ୍ତୀ ନିର୍ମାଣ କାର୍ଯ୍ୟ ହେବ । ଏଥିରେ ନେପାଳ ମୂଦ୍ରା ଅନୁଯାୟୀ ୨.୯୫ ବିଲିୟନ ନେପାଳି ଟଙ୍କା ମଞ୍ଜୁର କରାଯାଇଛି । ଏଥିନେଇ ଭାରତୀୟ ଦୂତାବାସ ଓ ନେପାଳ ଶିକ୍ଷା ବିଭାଗ ମଧ୍ୟରେ ୭ଟି ଏମଓୟୁ ସ୍ୱାକ୍ଷର ହେ।।ଇଛି । ଏହି ସବୁ ସ୍କୁଲ ଗୋର୍ଖା, ନୂଆକୋଟ, ଧାଡିଂ, ଡୋଲାଖା, କାଭ୍ରେପାଲାନଚୌକ, ରାମେଚ୍ଛାପ ଓ ସିନ୍ଧୁପାଲଚୌକ ଜିଲ୍ଲାରେ ନିର୍ମାଣ ହେବ ।
୨୦୧୫ରେ ହୋଇଥିବା ଭୟଙ୍କର ଭୂମିକମ୍ପରେ ହିମାଳୟ ପାଦଦେଶରେ ଥିବା ୭ଟି ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ହୋଇଥିଲା । ଏଥିରେ ସେଠାକାର ହଜାର ହଜାର ସ୍କୁଲ ନଷ୍ଟ ହୋଇଯାଇଥିଲା । ଏବେ ନିର୍ମାଣ ହେବାକୁ ଥିବା ସ୍କୁଲ ଗୁଡିକ ଭୂକମ୍ପ ପ୍ରତିରୋଧକ ଓ ଅନ୍ୟାନ୍ୟ ସୁବିଧାରେ ନିର୍ମିତ ହେବ । ସ୍କୁଲ ପୁନଃନିର୍ମାଣ ବ୍ୟତୀତ ଭାରତ ସରକାର ସ୍ଥ।।ନୀୟ ଗୋର୍ଖା, ନୂଆକୋଟ ଅଞ୍ଚଳରେ ଲୋକଙ୍କ ଘର ପୁନଃ ନିର୍ମାଣ ପାଇଁ ମଧ୍ୟ ହାତ ବଢାଇଛି ।ଭାରତ ସରକାର ସହଯୋଗରେ ପ୍ରାୟ ୫୦ ହଜାର ଘର ନିର୍ମାଣ ହୋଇଛି ।

Related posts

ଦେଶରେ ୨୪ ଘଣ୍ଟାରେ ୫୬୦୯ ନୂଆ ଆକ୍ରାନ୍ତ ଚିହ୍ନଟ: ୧୩୨ ମୃତ

mahabharatanews

୧୯୭୭ ମସିହା ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews

ଲୋଧିରୋଡ ସ୍ଥିତ ସରକାରୀ ବାସଭବନ ଛାଡିବାକୁ ପ୍ରିୟଙ୍କାଙ୍କୁ ନୋଟିସ

mahabharatanews