(ଦିଲ୍ଲୀ) : ଗତ କିଛି ଦିନ ହେବ କରୋନା ହ୍ରାସ ପାଇବାରେ ଲାଗିଛି । ଦୈନିକ କରୋନା ମାମଲା ବର୍ତ୍ତମାନ ୧ ହଜାର ପାଖାପାଖି ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ 1 ହଜାର ୩୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ କରୋନାଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଛି । ଏଥି ସହିତ ୩୭୫୨ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।
ସେପଟେ ଏହା ପରେ ଦେଶରେ ସକ୍ରିୟ ମାମଲା ୨୨୭୪୨ ରେ ପହଞ୍ଚିଛି । କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪, ୪୯ ୭୨ ୮୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪୪୪୧୮୩୫୧ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ 5 ୩୧୭୦୭ ରୋଗୀ ପ୍ରାଣ ହରାଇଛନ୍ତି ।