( ଅକଲାଣ୍ଡ ): ନ୍ୟୁଜିଲାଣ୍ଡ ଭୂମିରେ ନ୍ୟୁଜିଲାଣ୍ଡକୁ ଧୁଳି ଚଟାଇଲା ଭାରତ। ଇଡେନ୍ ପାର୍କରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟି୨୦ରେ ଭାରତ ୬ ଓ୍ୱିକେଟରେ ବିଜୟୀ ହୋଇଛି। କେଏଲ ରାହୁଲ ଓ ଶ୍ରେୟସ ଆୟାରଙ୍କ ଅର୍ଧଶତକ ଏବଂ ବିରାଟ କୋହଲିଙ୍କ ଲଢୁଆ ଇନିଂସ ବଳରେ ଭାରତ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜରେ ୧-୦ରେ ଆଗୁଆ ରହିଛି।
ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଧାରିତ ୨୦ ଓଭରରେ ୫ ଓ୍ୱିକେଟ ହରାଇ ୨୦୩ରନ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ କୋଲିନ୍ ମୁନରୋ ସର୍ବାଧିକ ୫୯ ରନ, ରସ ଟେଲର ୫୪ ଓ କେନ୍ ଓ୍ୱିଲମସନ୍ ୫୧ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗୁପ୍ଟିଲ ୩୦ ରନ କରିଥିଲେ। ଯାହା ଫଳରେ ଦଳ ୨୦୩ ରନର ବିଶାଳ ସ୍କୋର କରିଥିଲା।
previous post
next post