Uncategorized

ଭାରତୀୟ ସେନା ଗୁରୁତର ସ୍ଥିତିରେ ଗର୍ଭବତୀଙ୍କୁ କଲେ ସ୍ଥାନାନ୍ତର

ଶ୍ରୀନଗର: ରବିବାର ଦିନ ଜାମ୍ମୁ କାଶ୍ମୀରରେ ନିୟୋଜିତ ଭାରତୀୟ ସେନାର ଏକ ଦଳ ମାନବିକତା ଦେଖାଇଛନ୍ତି । ସିଟି ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଆନିମିଆରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସ୍ଥିତି ଗୁରୁତର ହୋଇଯାଇଥିଲା । ଏହି ଖବର ସେନା ପାଖରେ ପହଞ୍ôଚବା ପରେ ସେନାର ଏକ ଦଳ ଉକ୍ତ ମହିଳାଙ୍କୁ ହସ୍ପିଟାଲରୁ ଗୁରେଜ ବୋହି ନେଇଥିଲେ । ସେଠାରୁ ତାଙ୍କୁ ବିମାନ ଯୋଗେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠା ଯାଇଥିଲା । ଗୁରେଜ ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବାରୁ ଯୋଗାବିଚ୍ଛିନ୍ନ ହୋଇ ଯାଇଛି । ଏପରି ସ୍ଥଳେ ସେନା ଯବାନ ରୋଗିଣୀ ଗର୍ଭବତୀଙ୍କ ପାଇଁ ଆଶାର କିରଣ ପାଲଟି ପହଞ୍ôଚଥିଲେ ।

Related posts

ଚାଲିଥିଲା ପ୍ରିମିୟର ଶୋ, ଦଳାଚକଟାରେ ଗଲା ଜୀବନ

mahabharatanews

ବୁଲେଟ୍ ପ୍ରୁଫ ହେଲମେଟ୍ ତିଆରି କଲେ ଭାରତୀୟ ମେଜର

mahabharatanews

କରୋନା ଔଷଧ ତିଆରି କଲା ଥାଇଲାଣ୍ଡ

mahabharatanews