Uncategorized

୬ ବର୍ଷରେ ୨୮୩୮ ପାକିସ୍ତାନୀଙ୍କୁ ମିଳିଛି ଭାରତୀୟ ନାଗରିକତା

ନୂଆଦିଲ୍ଲୀ: ସିଏଏକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ସୀତା ରମଣ କହିଛନ୍ତି, ଗତ ୬ ବର୍ଷ ମଧ୍ୟରେ ପାକିସ୍ତାନର ୨୮୩୮ଜଣଙ୍କୁ ଭାରତର ନାଗରିକତା ଦିଆଯାଇଛି । ଏମାନେ ସମସ୍ତେ ଶରଣାର୍ଥି ଥିଲେ । ସେହିପରି ବାଙ୍ଗଲାଦେଶର ୧୭୨ ଓ ଆଫଗାନିସ୍ତାନର ୯୧୪ ଜଣ ଶରଣାର୍ଥିଙ୍କୁ ମଧ୍ୟ ଭାରତର ନାଗରିକତା ମିଳିଛି । ଏମାନଙ୍କ ମଧ୍ୟରେ ବିଭିନ୍ନ ଧର୍ମର ଲୋକ ରହିଛନ୍ତି । ୧୯୬୪ ରୁ ୨୦୦୮ ମଧ୍ୟରେ ୪ ଲକ୍ଷ ତାମିଲ (ଶ୍ରୀଲଙ୍କା ଶରଣାର୍ôଥ)ଙ୍କୁ ମଧ୍ୟ ଭାରତର ନାଗରିକତା ମିଳିଛି । ୨୦୧୪ ଯାଏ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ୫୬୬ ଜଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯାଇଥିଲା । ୨୦୧୬-୧୮ ମୋଦି ସରକାରଙ୍କ ଶାସନ କାଳରେ ୧୫୯୫ ଜଣ ପାକିସ୍ତାନୀ ଅପ୍ରବାସୀ ଓ ୩୯୧ ଆଫଗାନିସ୍ତାନ ମୁସଲିମଙ୍କୁ ଭାରତର ନାଗରିକତା ଦିଆଯାଇଛି । ୨୦୧୬ରେ ଆଦନାନ ସ୍ୱାମୀଙ୍କୁ ଭାରତର ନାଗରିକତା ମିଳିଥିଲା ।

Related posts

ରାପିଡ ରେସ୍ପନ୍ସ ମୋବାଇଲ ଲାବେରୋଟୋରୀ ଶୁଭାରମ୍ଭ

mahabharatanews

ପାକକୁ ଜବାବ: ଆମେ ମଧ୍ୟ କ୍ଷମତା ସମ୍ପନ୍ନ

mahabharatanews

ଜାମ୍ମୁ ପ୍ରତିବନ୍ଧକକୁ ନେଇ ଅସନ୍ତୁଷ୍ଟ, ସୁପ୍ରିମ କୋର୍ଟ ୭ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ତଲବ

mahabharatanews

Leave a Comment